Friday, February 20, 2026
17.8 C
Odisha

    ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ରୋହିତ ସେଟ୍ଟୀ, ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର

    ଆଗକୁ ପଢନ୍ତୁ

    ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ରୋହିତ ସେଟ୍ଟୀ । ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର । ରୋହିତ ସେଟ୍ଟୀଙ୍କ ଜୁହୁ ଘର ଉପରେ ଗୁଳିମାଡ଼ ଘଟଣାରେ ଏଫଆଇଆରରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ରୋହିତ ସେଟ୍ଟୀଙ୍କୁ ହତ୍ୟା କରିବାକୁ ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ଯୋଜନା କରିଥିଲା । ହତ୍ଯା ଉଦ୍ଦେଶ୍ୟରେ ହିଁ ତାଙ୍କ ଘର ଉପରକୁ ରୋହିତ ଘରେ ଥିବା ଅବସ୍ଥାରେ ଗୁଳିମାଡ଼ ହୋଇଥିବା ଏଫଆଇଆରରୁ ଜଣାପଡ଼ିଛି ।

    ରୋହିତଙ୍କ ଘର ଉପରେ ଗୁଳିମାଡ଼ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଫେବୃଆରୀ ୧ତାରିଖରେ ରୋହିତଙ୍କ ଜୁହୁସ୍ଥିତ ଘର ଉପରେ ହୋଇଥିଲା ଗୁଳିମାଡ଼ । ଏନେଇ ତାଙ୍କ ବଡିଗାର୍ଡ ସ୍ବପ୍ନିଲ ସାଲୁଙ୍କେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗୁଳିମାଡ଼ ଘଟଣାର ତଦନ୍ତ କରି ମୁମ୍ବାଇ କ୍ରାଇମବ୍ରାଞ୍ଚର ଆଣ୍ଟି ଏକ୍ସଟର୍ସନ ସେଲ ପୁନେରୁ ଚାରିଜଣଙ୍କୁ ଗିରଫ କରିଛି । ଏଥିରେ ସଂପୃକ୍ତି ଥିବା ଜଣେ ଅଭିଯୁକ୍ତ ଶୁଭମ ଲୋନଙ୍କରକୁ ଚିହ୍ନଟ କରାଯାଇଛି । ଶୁଭମ ଲୋଙ୍କର ଲରେନସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ଗୁଳିମାଡ଼ କରିଥିବା ଅପରାଧୀକୁ ଚିହ୍ନଟ କରାଯାଇପାରିନାହିଁ ।

    ଅନ୍ୟପଟେ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜଣେ ଅଜଣା ବ୍ୟକ୍ତି ରୋଡ ନଂ ୧୦ରେ ଛିଡ଼ା ହୋଇ ରୋହିତଙ୍କ ବଙ୍ଗଳାର ଲବି ଉପରକୁ ଗୁଳି କରିଥିବା ଦେଖାଯାଇଛି । କଳା ଜ୍ୟାକେଟ ଓ ଧଳା ଟ୍ରାଉଜର ପିନ୍ଧା ଅଜଣାବ୍ୟକ୍ତି ଜଣକ ପିସ୍ତଲରୁ ଗୁଳିମାଡ କରିଥିବା ସନ୍ଦେହ କରାଯାଉଛି । ପୁଷ୍ପା ପାର୍କ ଆଡ଼କୁ ପଳାଇଯିବା ପୂର୍ବରୁ ସେ ପାଞ୍ଚରାଉଣ୍ଡ ଗୁଳିମାଡ଼ କରିଥିଲା । ସଙ୍ଗେ ସଙ୍ଗେ ରୋହିତଙ୍କ ସୁରକ୍ଷା କର୍ମୀ ତଳକୁ ଆସିଥିଲେ ମଧ୍ଯ ଦୁର୍ବୃତ୍ତକୁ ଠାବ କରିବାକୁ ବିଫଳ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.8 ° C
    17.8 °
    17.8 °
    50 %
    1.8kmh
    37 %
    Fri
    35 °
    Sat
    35 °
    Sun
    35 °
    Mon
    34 °
    Tue
    34 °

    ସମ୍ବନ୍ଧିତ