Friday, October 2, 2026
24.8 C
Odisha

    ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ଖରା । ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହଥିଲା । ରାଜ୍ୟର ଅଧିକାଂଶ ସହରର ପାରଦ ୩୮ ଉପରେ ରହିଛି । ଆସନ୍ତା ତିନି ଦିନରେ ଖରା ଆହୁରି ବଢିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ ୪ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗିଡିକ ହେଉଛନ୍ତି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର। ସେପଟେ କୋରାପୁଟ ଓ ମାଲକାନଗିରିକୁ ଝଡ଼ବର୍ଷା ଚେତାବନୀ ଦିଆଯାଇଛି। ଆସନ୍ତା ୬ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।.

    ସେହିପରି ରାଜ୍ୟରେ ତାତି ବଢ଼ୁଥିବାରୁ ଆଜିଠୁ ସବୁ ସ୍କୁଲ ସକାଳୁଆ ହୋଇଛି । ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ । ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍ ପାଇଁ ନିର୍ଦ୍ଦେଶ । ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ଜାରି ରହିବ। ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ସଚିବ। ଏଥିସହ ଗ୍ରୀଷ୍ମ ପ୍ରବାହାର ମୁକାବିଲା ପାଇଁ ସ୍କୁଲରେ ସ୍ବତନ୍ତ୍ର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ