Friday, November 20, 2026
19.5 C
Odisha

    ଘଣ୍ଟାକୁ ପ୍ରାୟ ୨୧ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅକଭାନ୍, ନଜର ପକାନ୍ତୁ ୨୦ଟି ବଡ଼ ଅପଡେଟ୍ ଉପରେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗୋପାଳପୁର ମୁହାଁ ବାତ୍ୟା ଅକଭାନ୍ । ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାରେ ହାଇଆଲର୍ଟ । ଜାଣନ୍ତୁ ୨୦ଟି ବଡ଼ ଅପଡେଟ୍ ।

    ୧. ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍। ବାତ୍ୟା ‘ଅକଭାନ୍’ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରୁଛି ।

    ୨. ଗୋପାଳପୁରଠାରୁ ୬୦ କିମି ଦୂରରେ ବାତ୍ୟା। ବାତ୍ୟା ଗୋପାଳପୁରଠାରୁ ୬୦ କିମି ଦକ୍ଷିଣରେ ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ୮୦ କିମି ପୂର୍ବରେ ରହିଛି ।

    ୩. ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ଆଗାମୀ ଦେଢ଼ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବ ।

    ୪. ଦୁର୍ବଳ ହେଲା ବାତ୍ୟା ‘ଅକଭାନ୍’। ପୂର୍ବରୁ ଭୀଷଣ ସାମୁଦ୍ରିକ ବାତ୍ୟା ଶ୍ରେଣୀରେ ଥିବା ‘ଅକଭାନ୍’ ଏବେ ଦୁର୍ବଳ ହୋଇ ସାମୁଦ୍ରିକ ବାତ୍ୟା ଶ୍ରେଣୀକୁ ଖସିଛି ।

    ୫. ଲ୍ୟାଣ୍ଡଫଲ୍ ବେଳେ ୯୦ କିମି ଝଟକା ପବନ । ସ୍ଥଳଭାଗ ଅତିକ୍ରମ ସମୟରେ ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ପବନ ବହିପାରେ । ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ।

    ୬. ଘଣ୍ଟାକୁ ୨୧କିମି ବେଗରେ ଗତି । ବାତ୍ୟା ଘଣ୍ଟାକୁ ପ୍ରାୟ ୨୧ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି ।

    ୭. ଗୋପାଳପୁର ରାଡାରରେ ବାତ୍ୟା ଉପରେ ନଜର। ଗୋପାଳପୁର ଡପ୍ଲର୍ ପାଣିପାଗ ରାଡାର୍ ମାଧ୍ୟମରେ ବାତ୍ୟାର ଗତିବିଧି ଉପରେ ନିରନ୍ତର ନଜର ରଖାଯାଉଛି ।

    ୮. ଗୋପାଳପୁର ସମେତ ଗଞ୍ଜାମ ଉପକୂଳରେ କଡ଼ା ସତର୍କତା । ବାତ୍ୟା ‘ଅକଭାନ୍’ର ପାଇଁ ଗୋପାଳପୁର, ଛତ୍ରପୁର ଓ ଗଞ୍ଜାମର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତାକୁ ଗୁରୁତ୍ୱ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବା ସହ ଝଟକା ପବନ ଓ ପ୍ରବଳ ବର୍ଷା ଜାରି ରହିଛି । ବିଶେଷକରି ସମୁଦ୍ରକୂଳର ତଳିଆ ଅଞ୍ଚଳ, ମତ୍ସ୍ୟଜୀବୀ ବସ୍ତି ଓ ଦୁର୍ବଳ ଘରଗୁଡ଼ିକ ପ୍ରତି ବିପଦ ରହିଛି ।

    ୯. ରାଜ୍ୟରେ ୪୨୩ ଉଦ୍ଧାରକାରୀ ଟିମ୍ । ବାତ୍ୟା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ବିପଦପ୍ରବଣ ଅଞ୍ଚଳରେ ୪୨୩ଟି ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଛି ।

    ୧୦. ଗଞ୍ଜାମରେ ସର୍ବାଧିକ ସତର୍କତା । ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ ଯୋଗୁ ଗଞ୍ଜାମର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ବିଶେଷ ନଜର ରହିଛି । ସମୁଦ୍ରକୂଳର ତଳିଆ ଅଞ୍ଚଳରେ ପବନ ଓ ବର୍ଷାଜନିତ ବିପଦ ଆଶଙ୍କା ରହିଛି ।

    ୧୧. ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ । ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଛି। ଅପରାହ୍ନ ପର୍ଯ୍ୟନ୍ତ ବିପଜ୍ଜନକ ସମୁଦ୍ର ସ୍ଥିତି ଜାରି ରହିପାରେ ।

    ୧୨. ଉତ୍ତର ଓଡ଼ିଶାରେ ବି ଝଟକା ପବନ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ପବନ ଏବଂ ୭୦ କିମି ପର୍ଯ୍ୟନ୍ତ ଝଟକା ପବନର ଆଶଙ୍କା ରହିଛି ।

    ୧୩. ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ କଟକଣା। ଗତ ୧୮ ତାରିଖରୁ ପୁରୀ ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଛି । କୋଣାର୍କର ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ବେଳାଭୂମିରେ ମଧ୍ୟ କଟକଣା ରହିଛି ।

    ୧୪. ଚିଲିକା ଓ ସାତପଡ଼ାରେ ସତର୍କତା। ଗୋପାଳପୁର, ପୁରୀ, ସାତପଡ଼ା ଓ ଚିଲିକାର ବିପଦପ୍ରବଣ ପର୍ଯ୍ୟଟନ ଅଞ୍ଚଳରେ ପ୍ରବେଶ କଟକଣା ଲଗାଯାଇଛି ।

    ୧୫. ଗଜପତିରେ ୨୧୧ ଭୂସ୍ଖଳନପ୍ରବଣ ସ୍ଥାନ। ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ୯୪୧ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । କେବଳ ଗଜପତିରେ ଏଭଳି ୨୧୧ଟି ସ୍ଥାନ ରହିଛି ।

    ୧୬. ୨ହଜାର ୫୨୩ ରିଲିଫ୍ କ୍ୟାମ୍ପରେ ଆଶ୍ରୟ । ରାଜ୍ୟରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ୨ହଜାର ୫୨୩ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ମୋଟ ୯ହଜାର ୩୪୧ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି ।

    ୧୭. ଟ୍ରେନ୍ ଚଳାଚଳରେ ବଡ଼ ପ୍ରଭାବ । ପୂର୍ବତଟ ରେଳପଥର ୪୧ଟି ଟ୍ରେନ୍ ବାତିଲ୍ ଓ ୨୯ଟିର ସମୟ ପରିବର୍ତ୍ତନ କରାଯାଇଛି । ଦକ୍ଷିଣ ପୂର୍ବ ରେଳପଥ ମଧ୍ୟ ଅତିକମ୍ ରେ ୨୮ଟି ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍ କରିଛି ।

    ୧୮. ସ୍କୁଲ୍ ବନ୍ଦ, ପର୍ଯ୍ୟଟନସ୍ଥଳୀରେ କଟକଣା । ପାଣିପାଗ ସତର୍କତା ଥିବା ଜିଲ୍ଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ନନ୍ଦନକାନନ, ଭିତରକନିକା ଓ ଶିମିଳିପାଳରେ ମଧ୍ୟ ସାମୟିକ କଟକଣା ଲଗାଯାଇଛି ।

    ୧୯. ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। IMD ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ବିପଦପ୍ରବଣ ବଙ୍ଗୋପସାଗର ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଇଁ କାଲି ସକାଳ ପର୍ଯ୍ୟନ୍ତ ସତର୍କତା ରହିଛି

    ୨୦. ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତକୁ ଦୁର୍ବଳ ହେବା ଆକଳନ। IMDର ପୂର୍ବାନୁମାନ ଅନୁସାରେ ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ । କାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ଆକଳନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    19.5 ° C
    19.5 °
    19.5 °
    99 %
    1.3kmh
    100 %
    Fri
    20 °
    Sat
    24 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ