Saturday, April 4, 2026
36.1 C
Odisha

    ଘରକୁ ଫେରିଲାନି ଝିଅ: ପୁରୀ-ବଡ଼ବିଲ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଖସିପଡ଼ି ମୃତ୍ୟୁ

    ଆଗକୁ ପଢନ୍ତୁ

    ହରିଚନ୍ଦନପୁର: ଝିଅ ଭୁବନେଶ୍ବରରୁ ଘରକୁ ଆସୁଛି ବୋଲି ପରିବାର ଲୋକେ ବହୁତ ଖୁସିରେ ଥିଲେ। ଝିଅ ଆସିଲେ କ’ଣ ଖାଇବ କେଉଁଠିକୁ ବୁଲିଯିବ ସେଥି ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ତେବେ ଯେଉଁ ଝିଅର ପହଞ୍ଚିବାକୁ ପରିବାର ଲୋକେ ସକାଳ ଠାରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ, ସିଏ ଆଉ ଜୀବିତ ଫେରି ନାହିଁ। ପରିବାର ଲୋକଙ୍କର ହସଖୁସିରେ ଅଂଶୀଦାର ହୋଇପାରି ନାହିଁ। ପରିବାର ଲୋକଙ୍କୁ ତାର ମୃତ୍ୟୁ ଖବର ମିଳିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦେଇ ଯାଇଥିବା ରେଳଲାଇନ୍‌ରୁ ଆଜି ପୂର୍ବାହ୍‌ଣରେ ଜଣେ ଏମ୍‌ସିଏ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ନମ୍ରତା ବେହରା। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧୀନ ଖିରେଇଟାଙ୍ଗିରି ପଞ୍ଚାୟତର ଡଳଙ୍ଗ ଗାଁର ବିଜୟାନନ୍ଦ ବେହେରାଙ୍କ ଝିଅ ନମ୍ରତା ବେହରା ଭୁବନେଶ୍ବରର ଏକ ଘରୋଇ ମହାବିଦ୍ୟାଳୟରେ ଏମ୍‌ସିଏ ପଢୁଥିଲେ। ସେ ଆଜି ସକାଳୁ ଜଣେ ସାଙ୍ଗ ସହିତ ଘରକୁ ବାହାରି ଥିଲେ। ଏଥି ପାଇଁ ଟ୍ରେନ୍‌ ନମ୍ବର ୧୮୪୧୬ ପୁରୀ -ବଡ଼ବିଲ ଏକ୍ସପ୍ରେସ୍‌ରେ ବାହାରି ଥିଲେ। ସାଙ୍ଗ ସହିତ ସେ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନରେ ପ୍ରାୟ ସାଢ଼େ ୮ଟାରେ ଟ୍ରେନ୍‌ରେ ଚଢ଼ିଥିଲେ। ନିୟମିତ ସମୟ ଠାରୁ ଟ୍ରେନ୍‌ ସାମାନ୍ୟ ବିଳମ୍ବରେ ଚାଲିଥିଲା। ଏଥି ପାଇଁ ଟ୍ରେନ୍‌ଟି ହରିଚନ୍ଦନପୁରରେ୧୦ଟା ୧୬ରେ ପହଞ୍ଚିବା ପରିବର୍ତ୍ତେ ୧୨ଟା ୨୨ରେ ପହଞ୍ଚି ଥିଲା। କିନ୍ତୁ ଏହା ପୂର୍ବରୁ ନମ୍ରତା ଟାଙ୍ଗିରିଆପାଳ-ଶଗଡ଼ପଟା ମଝିରେ ଟ୍ରେନ୍‌ରୁ ଖସିପଡ଼ିଥିଲେ। ସୂଚନାଯୋଗ୍ୟ, ନମ୍ରତା ବେହେରା ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ପ୍ରାରମ୍ଭିକ ଶିକ୍ଷା ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ ସବୁ ଶ୍ରେଣୀରେ ଭଲ ନମ୍ବର ରଖୁଥିଲେ। ସେ ବାରିପଦାସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ତାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ଗର୍ବ କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ