Wednesday, January 15, 2025
27 C
Odisha

    ଘରେ ତିଆରି କରନ୍ତୁ ଏହିସବୁ ଫେସ୍ ମାସ୍କ, ତ୍ୱଚାରେ ଆସିବ ଚମକ

    ଆଗକୁ ପଢନ୍ତୁ

    ମହିଳାମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ସମୟ ଦେଇପାରନ୍ତି ନାହିଁ । ଯାହାଫଳରେ ନିଜ ଚେହେରା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ନିଜର ସ୍କିନ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯଦି ଦିନବେଳେ ନିଜ ସ୍କିନ ପ୍ରତି ଧ୍ୟାନ ଦେବାକୁ ସମୟ ହେଉନି ତେବେ ଘରେ ଅତି ସହଜରେ ମିଳୁଥିବା କିଛି ଜିନିଷରେ ମାସ୍କ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ଫେସରେ ଲଗାଇ ନିଜ ସ୍କିନକୁ ସୁନ୍ଦର ଏବଂ ଗ୍ଲୋଇଂ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫେସ ମାସ୍କ ବିଷୟରେ..

    କ୍ଷୀର ଏବଂ ହଳଦୀ: ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିଥାଏ । କଞ୍ଚା କ୍ଷୀରରେ ଲାକ୍ଟିକ ଏସିଡ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ, ଯାହା ତ୍ୱଚାକୁ ନରମ କରିଥାଏ । ତେଣୁ ଏହି ଫେସ ମାସ୍କ ସ୍କିନ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ପ୍ରଥମେ ଅଧା ଚାମଚ ହଳଦୀ ଏବଂ କଞ୍ଚା କ୍ଷୀରକୁ ମିଶାଇ ଦିଅନ୍ତୁ । ହାତରେ ନେଇ ଏହାକୁ ଚେହେରାରେ ଲଗାନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କଲେ ଦେଖିବେ ଚେହେରା ଗ୍ଲୋ ଦେଖାଯିବ । ଏହି ଫେସ ମାସ୍କ ଖରା ଯୋଗୁଁ ହୋଇଥିବା ଟ୍ୟାନ ମଧ୍ୟ ଦୂର କରିଥାଏ ।

    ତରଭୂଜ ରସ: ତରଭୂଜରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ରହିଥାଏ । ତରଭୂଜରୁ ରସ ବାହାର କରି ଏହାକୁ ରାତିରେ ଶୋଇବା ପୂର୍ବରୁ ଚେହେରାରେ ଲଗାନ୍ତୁ । ସକାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ । ଦେଖିବେ ଏପରି ସପ୍ତାହରେ ଦୁଇରୁ ତିନି ଥର କରିବା ଫଳରେ ସ୍କିନ ସୁନ୍ଦର ଦେଖାଯିବ ।
    ଆଳୁ ରସ ଏବଂ ଗ୍ରୀନ ଟି: ଏକ ପାତ୍ର ନେଇ ଆଳୁ ରସ ସହିତ ଗ୍ରୀନ ଟି ମିକ୍ସ କରିଦିଅନ୍ତୁ । ପରେ ଏହାକୁ ଚେହେରାରେ ଲଗାଇ ରାତିସାରା ଛାଡ଼ିଦିଅନ୍ତୁ । ସକାଳୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ଦୁଇରୁ ତିନି ଥର କରନ୍ତୁ ଦେଖିବେ ଚେହେରାରେ କେତେ ଫରକ ଆସିଛି । ଗ୍ରୀନ ଟି ଆମ ସ୍ୱାସ୍ଥ୍ୟ ସହିତ ସ୍କିନ ପାଇଁ ମଧ୍ୟ ଖୁବ ଉପକାରୀ ।

    ଗୋଲାପ ଜଳ: ତ୍ଵଚାରୁ ଶୁଖୁଲାପଣ ଦୁରେଇବା ପାଇଁ ଗୋଲାପ ଜଳର ବ୍ୟବହାର କରାଯାଏ । ଏହା ତ୍ଵଚାରେ ଲୁଚି ରହିଥିବା ମଇଳା ଦୂର କରିବାରେ ସାହାଯ୍ୟ କରିବା ସହିତ ସ୍କିନକୁ ସୁନ୍ଦର ଏବଂ ଗ୍ଲୋଇଂ କରିଥାଏ । ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ ଏବଂ ସକାଳେ ଉଠି ତ୍ଵଚାକୁ ଧୋଇ ଦିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    36 %
    2kmh
    54 %
    Wed
    28 °
    Thu
    29 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ