Tuesday, September 29, 2026
29.2 C
Odisha

    ଘରେ ବନାନ୍ତୁ ଦେଶୀ ପ୍ରୋଟିନ୍ ପାଉଡର

    ଆଗକୁ ପଢନ୍ତୁ

    ଆଜିକାଲି ଫିଟ୍ ରହିବା ଓ ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ ପାଉଡରର ବ୍ୟବହାର ବଢ଼ିଛି। ବଜାରରେ ମିଳୁଥିବା ପ୍ରୋଟିନ୍ ପାଉଡର ମହଙ୍ଗା ହୋଇଥାଏ। ଏହା ସହ ସେଥିରେ ଶୁଦ୍ଧତା ମଧ୍ୟ ଗ୍ୟାରେଣ୍ଟି ନଥାଏ। ତେଣୁ ଘରେ ଥିବା ବିଭିନ୍ନ ପୌଷ୍ଟିକ ଉପାଦାନରୁ ଶୁଦ୍ଧ ଏବଂ ସହଜରେ ଆପଣ ପ୍ରୋଟିନ୍ ପାଉଡର ପ୍ରସ୍ତୁତ କରିପାରିବେ। ଏଥିପାଇଁ ଭଜା ବୁଟ, ଚିନାବାଦାମ, ବାଦାମ, କାଜୁ, ଅଖରୋଟ, ଅଳସୀ ମଞ୍ଜି, କଖାରୁ ମଞ୍ଜି, କିସମିସ୍, ଶୁଖିଲା ଡିମ୍ବିରି ଓ ଅଳେଇଚ ଭଳି ସାମଗ୍ରୀ ବ୍ୟବହାର କରନ୍ତୁ।

    କିପରି ପ୍ରସ୍ତୁତ କରିବେ?

    ପ୍ରଥମେ ଏକ ପାତ୍ରରେ ଅଳ୍ପ ଘିଅ ଗରମ କରି ସେଥିରେ କାଜୁ, ବାଦାମ, ଅଖରୋଟ ଓ ଚିନାବାଦାମକୁ ହାଲୁକା ଭାବେ ଭାଜନ୍ତୁ। ଏହାକୁ ଅଧିକ ବାଦାମୀ ନକରି ଥଣ୍ଡା ହେବାକୁ ରଖନ୍ତୁ।

    ଏହାପରେ ଭଜା ବୁଟ, ଅଳସୀ ମଞ୍ଜି, କଖାରୁ ମଞ୍ଜି, ଶୁଖିଲା ଡିମ୍ବିରି ଓ କିସମିସ୍‌କୁ ମିକ୍ସରରେ ଦେଇ ଭଲ ଭାବେ ଗ୍ରାଇଣ୍ଡ କରନ୍ତୁ। ପରେ ଭଜା ବାଦାମ ଓ ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ମିଶାଇ ପୁଣି ହାଲୁକା ଭାବେ ଗ୍ରାଇଣ୍ଡ କରନ୍ତୁ। ଶେଷରେ ଅଳେଇଚ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ମିଶ୍ରଣକୁ କିଛି ସମୟ ଖୋଲାରେ ରଖି ଆର୍ଦ୍ରତା କମାଇବା ପରେ ଏକ ଏୟାରଟାଇଟ୍ କାଚ ପାତ୍ରରେ ସଂରକ୍ଷଣ କରନ୍ତୁ।

    କିପରି ଖାଇବେ?
    ସକାଳ ଜଳଖିଆ ସମୟରେ ଉଷୁମ କ୍ଷୀରରେ ୧ରୁ ୨ ଚାମଚ ଏହି ମିଶ୍ରଣ ମିଶାଇ ଖାଇପାରିବେ। ଏହାକୁ ସେକ୍ ଏବଂ ଓଟସ୍‌ରେ ମଧ୍ୟ ମିଶାଇ ବ୍ୟବହାର କରିପାରିବେ। ତେବେ ଏହାକୁ ବଜାରର ପ୍ରୋଟିନ୍ ପାଉଡରର ସହ ସମାନ ବୋଲି ଧରିନେବା ଠିକ୍ ନୁହେଁ। ଏହି ଘରୋଇ ମିଶ୍ରଣର ପ୍ରୋଟିନ୍ ପରିମାଣ ଉପାଦାନ ଓ ପରିମାଣ ଉପରେ ନିର୍ଭର କରେ। ନିୟମିତ ଭାବେ ଅଧିକ ପ୍ରୋଟିନ୍ ଆବଶ୍ୟକ ଥିଲେ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ