Tuesday, April 7, 2026
24 C
Odisha

    ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଗଣଦୁଷ୍କର୍ମ ଅଭିଯୋଗ, ୪ ଶିକ୍ଷକ ଓ ଜଣେ ପିଅନ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣ ଶିକ୍ଷକ ଓ ଜଣେ ପିଅନ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  ରାଜକନିକା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା ।  ନାବାଳିକା ଛାତ୍ରୀଙ୍କୁ ଗତ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ସ୍କୁଲର ୪ ଶିକ୍ଷକ ଓ ଜଣେ ପିଅନ। ଜଣେ ଶିକ୍ଷୟିତ୍ରୀ ଏମାନଙ୍କୁ ସହଯୋଗ କରୁଥିଲେ। ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରଖିଥିଲେ ଶାରୀରିକ ସଂପର୍କ ।  ସାଇନ୍ସ ଲ୍ୟାବରେ କ୍ୟାମେରା ଅଫ୍ କରି ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ।

    ଘଟଣା ପ୍ରଘଟ କଲେ ସେହି ସ୍କୁଲରେ ପଢ଼ୁଥିବା ସାନ ଭାଇକୁ ମାରିଦେବାକୁ ଧମକ ଦେଉଥିଲେ । ଯାହାକୁ ନେଇ ନିରବ ରହୁଥିଲେ ଛାତ୍ରୀ ଜଣଙ୍କ । ଗତ ଜାନୁୟାରୀ ୧୪ ତାରିଖରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ଏନେଇ ପରିବାରଲୋକ ୧୮ ତାରିଖରେ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ଯକ୍ଷାଙ୍କୁ ଭେଟି ଅଭିଯୋଗ କରିଥିଲେ । ୧୯ ତାରିଖରେ ଶିଶୁ ମଙ୍ଗଳ କମିଟିର ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ସାମ୍ନାକୁ ଆସିଥିଲା ସତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ