Saturday, December 20, 2025
26.2 C
Odisha

    ଘରୋଇ ବସ୍ ଡ୍ରାଇଭରଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତା ସନ୍ଦେହ

    ଆଗକୁ ପଢନ୍ତୁ

    ଉମରକୋଟ: ବସ୍ ଡ୍ରାଇଭରଙ୍କୁ ଛୁରାମାଡ଼ । ଜଣେ ବସ୍ ଡ୍ରାଇଭରଙ୍କୁ ଛୁରାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଡ୍ରାଇଭର ଜଣକ ହେଲେ ଫୁପ୍ଲିନ ଚନ୍ଦ୍ର ନାୟକ । ଉମରକୋଟ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଘଟିଛି ଘଟଣା । ସେ MSB ନାମକ ଏକ ଘରୋଇ ବସ୍ ରେ ଡ୍ରାଇଭର ଭାବରେ କାମ କରୁଥିଲେ ।

    ସୂଚନା ଅନୁସାରେ ଆଜି ସକାଳୁ ଶୌଚ ଯାଇଥିବା ବେଳେ ଟ୍ୟାକ୍ସି ଷ୍ଟାଣ୍ଡ ନିକଟକୁ ଯାଇଥିଲେ । ସେଠାରେ ଜଣେ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ବାଇକ୍ ରେ ଆସି ଫୁପ୍ଲିନ୍ କୁ ଛୁରା ମାଡ଼ କରି ଫେରାର ହେଇଯାଇଛି । ଗୁରୁତର ଅବସ୍ଥାରେ ଫୁପ୍ଲିନ୍ ଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଅନୁମାନ । ଘଟଣାସ୍ଥଳରେ ଉମରକୋଟ ପୋଲିସର ତଦନ୍ତ ଆରମ୍ଭ । ଫୁପ୍ଲିନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.2 ° C
    26.2 °
    26.2 °
    26 %
    2.6kmh
    0 %
    Sat
    23 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ