Tuesday, October 6, 2026
23.8 C
Odisha

    ଘରୋଇ ମେଡିକାଲ କଲେଜରେ ୬୧%ରୁ ଅଧିକ ଏମବିବିଏସ୍ ସିଟ୍ ଖାଲି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଗୋଟିଏ ପଟେ ସରକାରୀ ମେଡିକାଲ କଲେଜରେ ଗୋଟିଏ ସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଅନ୍ୟପଟେ ରାଜସ୍ଥାନର ଘରୋଇ ମେଡିକାଲ କଲେଜଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ନିଟ୍‌ ୟୁଜି କାଉନସେଲିଂ ପରେ ମଧ୍ୟ ୬୧%ରୁ ଅଧିକ ଏମବିବିଏସ୍ ସିଟ୍ ଖାଲି ପଡ଼ିଛି।

    ରିପୋର୍ଟ ଅନୁଯାୟୀ, ଘରୋଇ ମେଡିକାଲ କଲେଜଗୁଡ଼ିକର ସାଧାରଣ କୋଟାର ୩୩୩୬ଟି ସିଟ୍ ମଧ୍ୟରୁ ମାତ୍ର ୧୨୭୫ଟି ସିଟ୍ ପୂରଣ ହୋଇଛି। ଅର୍ଥାତ୍ ୬୧.୭୮% ସିଟ୍ ଖାଲି ରହିଛି। ଅଧିକ ଫି’ ବ୍ୟତୀତ କଲେଜର ଖ୍ୟାତି, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା, ଭିତ୍ତିଭୂମି, ଶିକ୍ଷାର ଗୁଣବତ୍ତା ଏବଂ ଶିକ୍ଷକମାନଙ୍କ ଯୋଗ୍ୟତା ଭଳି ବିଭିନ୍ନ କାରଣ ଛାତ୍ରଛାତ୍ରୀଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଛି।

    ଜୟପୁରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସାଧାରଣ କୋଟାର ବାର୍ଷିକ ଫି’ ୨୪ ଲକ୍ଷ ଟଙ୍କା। ଏହା ସତ୍ତ୍ୱେ ଏହି କଲେଜର ୮୫.୬୦% ସିଟ୍ ପୂରଣ ହୋଇଛି।ସେହିପରି ଉଦୟପୁରର ଗୀତାଞ୍ଜଳି ମେଡିକାଲ କଲେଜରେ ୨୩ ଲକ୍ଷ ଟଙ୍କା ଫି’ରେ ୫୪.୨୫% ସିଟ୍ ପୂରଣ ହୋଇଛି। ମ୍ୟାନେଜମେଣ୍ଟ କୋଟାର ୪୬୪ଟି ସିଟ୍ ମଧ୍ୟରୁ ୪୩୫ଟି ସିଟ୍ ଅର୍ଥାତ୍ ୯୩.୭୫% ସିଟ୍ ଖାଲି ରହିଛି।
    ଉଦୟପୁରର ଆମେରିକାନ୍ ଇଣ୍ଟରନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ର ଫି’ ୧୮.୯୦ ଲକ୍ଷ ଟଙ୍କା। ଏଠାରେ ୭୭.୯୫% ସିଟ୍ ପୂରଣ ହୋଇଛି। ଜୟପୁରର ଗୀତାଞ୍ଜଳି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ରେ ସମାନ ଫି’ରେ ୭୬.୮୯% ଏବଂ ରାଜସମନ୍ଦର ଅନନ୍ତା ଇନ୍‌ଷ୍ଟିଚ୍ୟୁଟ୍‌ରେ ୬୬.୪୭% ସିଟ୍ ପୂରଣ ହୋଇଛି।

    ଜୟପୁରର ବଲବୀର ସିଂହ ତୋମର ଇନ୍‌ଷ୍ଟିଚ୍ୟୁଟ୍‌ର ବାର୍ଷିକ ଫି’ ୨୩.୯୫ ଲକ୍ଷ ଟଙ୍କା। କିନ୍ତୁ ୨୫୦ଟି ସିଟ୍ ମଧ୍ୟରୁ ମାତ୍ର ୫ଟି ସିଟ୍ ଅର୍ଥାତ୍ ୨% ସିଟ୍ ପୂରଣ ହୋଇଛି।ସେହିପରି ଉଦୟପୁରର ପାସିଫିକ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ୨୨ ଲକ୍ଷ ଟଙ୍କା ଫି’ ଥିବା ସତ୍ତ୍ୱେ ମାତ୍ର ୫.୧୯% ସିଟ୍ ପୂରଣ ହୋଇଛି। ବ୍ୟାସ ମେଡିକାଲ କଲେଜରେ ୧୮.୯୦ ଲକ୍ଷ ଟଙ୍କା ଫି’ ଥିଲେ ମଧ୍ୟ ମାତ୍ର ୧୪.୯୬% ସିଟ୍ ପୂରଣ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ