Thursday, March 26, 2026
30.8 C
Odisha

    ଘର ମାଲିକଙ୍କ ଚାଳିବନି ଆଉ ଦାଦାଗିରି; ହାଇକୋର୍ଟ ଦେଲେ ଏହି ନିର୍ଦେଶ

    ଆଗକୁ ପଢନ୍ତୁ

    ଘର ଭଡ଼ା ନେଇ ରହୁଥିବା ଲୋକଙ୍କୁ ଘର ଛଡ଼ାଇବାର ୧୫ଦିନ ପୂର୍ବରୁ ନୋଟିସ ଦିଆଯିବା କଥା। ସମ୍ପତ୍ତି ସ୍ଥାନାନ୍ତର ଆଇନର ଧାରା ୧୦୬ରେ ଏହା ମଧ୍ୟ ଉଲ୍ଲେଖ ରହିଛି। ଘର ଛାଡିବା ପାଇଁ ସର୍ବନିମ୍ନ ୧୫ଦିନ ପୂର୍ବରୁ ନୋଟିସ ବାଧ୍ୟତାମୂୂଳକ ବୋଲି ହାଇକୋର୍ଟ କହିଛନ୍ତି। ସନାତନ ବର୍ଦ୍ଧନ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଶଶିକାନ୍ତ ମିଶ୍ର ଏହା କହିଛନ୍ତି। ପ୍ରକାଶଥାଉକି ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭଡାଟିଆ ଆବେଦନକାରୀଙ୍କୁ ଭଡାଘର ଛାଡିବାକୁ ଘର ମାଲିକ ୭ଦିନ ପୂର୍ବରୁ ନୋଟିସ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶିଶିର ସେନ ନାମକ ଜଣେ ଘର ମାଲିକଙ୍କ ଘରେ ଭଡାଟିଆ ଭାବେ ଆବେଦନକାରୀ ୧୯୮୭ରୁ ଚୁକ୍ତି କରି ରହୁଥିଲେ। ଏହି ଚୁକ୍ତି ଅବଧି ଏକ ବର୍ଷ ଥିଲା। ତେବେ ଆଉ ଏହା ନବୀକରଣ ନକରି ବର୍ଦ୍ଧିତ ଘରଭଡା ଦେଇ ଆବେଦନକାରୀ ରହି ଆସୁଥିଲେ। ଚୁକ୍ତି କରିଥିବା ପ୍ରକୃତ ଘର ମାଲିକଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀମାନେ ଭଡାଟିଆଙ୍କୁ ଘର ଛାଡିବାକୁ କହିଥିଲେ ମଧ୍ୟ ସେ ଘର ନଛାଡିବାରୁ ସେମାନେ ନିମ୍ନ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତ ଘର ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଘର ମାଲିକ ୭ଦିନିଆ ନୋଟିସ ଦେଇଥିଲେ। ଏହାକୁ ବିରୋଧ କରି ଭଡା ନେଇଥିବା ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ