Saturday, June 6, 2026
35.3 C
Odisha

    ଘି କୁଆଁରୀର ଏମିତି କରନ୍ତୁ ବ୍ୟବହାର, ପାଇବେ ଚମତ୍କାରୀ ଫାଇଦା

    ଆଗକୁ ପଢନ୍ତୁ

    ଆଲୋବେରା ହେଉଛି ଏକ ଓୌଷଧୀୟ ଗଛ ଯାହା ପ୍ରାଚୀନ କାଳରୁ ଘି କୁଆଁରୀ ନାଁରେ ଜଣାଶୁଣା । ଏହା କଣ୍ଟାର ପତ୍ର ହୋଇଥାଏ ଯାହା ପାଖରେ ଅନେକ ରୋଗର ନିରାକରଣ ଗୁଣ ରହିଛି । ଆଲୋବେରାର ଜୁସ୍ ସେବନ କରିବା ଦ୍ବାରା ଶରୀରରୁ କମିଥିବା ପୋଷକ ତତ୍ବ ପୂରା ହୋଇଥାଏ । ଏହାର ୨୦୦ ପ୍ରଜାତି ଗଛ ଦେଖିବାକୁ ମିଳେ କିନ୍ତୁ ଆମର ମାତ୍ର ୫ ପ୍ରଜାତିର ଗଛ କାମରେ ଆସିଥାଏ । ବାୟୁ ଜନିତ ରୋଗ, ପେଟ ରୋଗ, ଆଂଠୁ ରୋଗ ଏବଂ ଅଲସର୍ ପରି ରୋଗରୁ ଆମକୁ ରକ୍ଷା କରିଥାଏ । ଏହା ଛଡା ପାଚନ ପକ୍ରିୟା ଓ ରକ୍ତହିନତା ରୋଗ ପାଇଁ ବହୁତ ହିତକର ହୋଇଥାଏ । ସବୁଠାରୁ ଖାସ୍ କଥା ଏହା କି ଆଲୋବେରାର ଜୁସର ଫାଇଦା ମାତ୍ର ୫-୧୦ ଦିନ ଭିତରେ ହୋଇଥାଏ ।

    ଶକ୍ତି ବଢାଇଥାଏ : ନିୟମିତ ଭାବେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରରେ ଶକ୍ତ ସଂଚାର ହୋଇଥାଏ । ଏହି ଜୁସରେ ଅନେକ ପ୍ରକାରର ପୋଷକ ତତ୍ବ , ଭିଟାମିନସ୍ ଏବଂ ମିନେରାଲ ରହିଛି ଯାହା ଦ୍ବାରା ଶରୀରର ଉତ୍ତମ ପରିବର୍ତ୍ତନ ଆସିଥାଏ ଏବଂ ସୁସ୍ଥ ରଖିଥାଏ । ଏହି ଜୁସ୍ ପାଇଁ ପ୍ରତିରକ୍ଷା କ୍ଷମତା ମଧ୍ୟ ବଢିଥାଏ । ୩ରୁ ୪ ଚାମଚ ଆଲୋବେରା ପାଣି ଖାଲି ପେଟରେ ସକାଳୁ ନିୟମିତ ପିଇଲେ ଫୁର୍ତ୍ତି ଲାଗିଥାଏ ।

    କେଶ ଏବଂ ତ୍ବଚାର ସୁନ୍ଦରତା ବଢାଇଥାଏ : ଆଲୋବେରା ଜୁସ୍ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଲମ୍ବା ସମୟ ଯାଏ ଗ୍ଲେଜ୍ କମି ନଥାଏ । ଆଖି ତଳର କଳା ଦାଗ, ରୁକ୍ଷ୍ୟ ତ୍ବଚା, ବ୍ରଣ, ଖରାରେ ଝାଉଁଳି ପଡିଥିବା ତ୍ବଚା ସବୁକିଛି ସମସ୍ୟାରୁ ରକ୍ଷା ମିଳିଥାଏ । ଏହି ଜୁସକୁ ପିଇବା ଦ୍ବାରା ମଧ୍ୟ କେଶରେ ଚମକ ଆସିଥାଏ ଏହା ସହ ରୁପି ସମସ୍ୟାରୁ ଉପସମ ମିଳିଥାଏ । ଆଲୋବେରାର ରସକୁ ମେହେନ୍ଦୀରେ ମିଶାଇ କେଶରେ ଲଗାଇବା ଦ୍ବାରା କେଶର ରଙ୍ଗ ଚମକିବା ସହ ମଜଭୁତ୍ ରହିଥାଏ ।

    ଭଲ ପାଚନ : ଆଲୋବେରା ଜୁସରେ ପ୍ରଚୁର ମାତ୍ରାରେ ପାଚକ ତତ୍ବ ରହିଥାଏ । ଏହି କାରଣ ପାଇଁ ପେଟ ଜନିତ ସମସ୍ୟା ଦେଖା ଯାଇ ନଥାଏ ।

    ଓଜନ କମାଇଥାଏ : ନିୟମିତ ରୂପେ ଆଳୋବେରା ଜୁସ୍ ପିଇବା ଦ୍ବାରା ଶରୀରର ଓଜନ କମିବାକୁ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ବାରା ବାରମ୍ବାର ଭୋକ ହୋଇ ନଥାଏ । ଏହି ଜୁସ୍ ଶରୀରକୁ ଦୁର୍ବଳ କରି ନଥାଏ ।

    ଦାନ୍ତ ପାଇଁ ଉପକାରୀ : ଆଲୋବେରା ଜୁସ୍ ଦାନ୍ତ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହା ଆମ ଦାନ୍ତକୁ ପରିଷ୍କାର ରଖିବା ସହ ଜିବାଣୁ ମୁକ୍ତ ମଧ୍ୟ କରିଥାଏ ।

     ଆଲୋବେରାର ଗୁଣ :

    • କାଶ ଏବଂ ଥଣ୍ଡାରେ ଆଲୋବେରାର ରସ କାମ ଦେଇଥାଏ । ଏହି ରସର ଅଧା ଚାମଚ୍ ଗରମ ପାଣିରେ ମିଶାଇ ପିଇବା ଦ୍ବାରା ଥଣ୍ଡା କାଶରୁ ରକ୍ଷା ମିଳିଥାଏ ।

    • ପୋଡିଯିବା ସ୍ଥାନରେ ଆଲୋବେରା ଜେଲ୍ ଖୁବ୍ ଭଳ କାମଦେଇଥାଏ । ତିନି ଚାରି ଥର ଲଗାଇବା ଦ୍ବାରା ଜଳା ପୋଡା କମିବା ସହ ଛାଲ ବାହାରି ନଥାଏ ।

    • ଆଲୋବେରାର ରସ କେଶରେ ଳଗାଇବା ଦ୍ବାରା କେଶ କଳା ହେବା ସହ ଚମକି ଥାଏ ।

    • ଆଲୋବେରା ଜୁସ୍ ମଧୁମେହ ରୋଗୀଙ୍କ ପାଇଁ ହିତକର ହୋଇଥାଏ ।

    • ଆଲୋବେରାର ଜୁସ୍ ପିଇବା ଦ୍ବାରା ଶରୀରରେ ରକ୍ତର ଅଭାବ ଦେଖାଯାଇ ନଥାଏ ।

    • ଆଲୋବେରା ଜୁସ୍ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ ।

    • ଆଂଠୁ ଗଣ୍ଠି ସମସ୍ୟାରୁ ରକ୍ଷା ପାଇବା ପାଇଁ ସୋରିଷ ତେଲରେ ଆଲୋବେରା ରସ ମିଶାଇ ମଶ୍ଚାଜ କରନ୍ତୁ ।

    • ଘିଁ କୁଆରୀର ଏମିତି କରନ୍ତୁ ବ୍ୟବହାର, ସବୁଦିନ ଶେଷ ହୋଇଯିବ ଏହି ୩୦ଟି ରୋଗ

    • ଘିଁ କୁଆରୀ ରସ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ ।

    • ଚନ୍ଦା ମୁଣ୍ଡରେ ଘିଁ କୁଆରୀ ଘସିଲେ ଚୁଟି ଉଠିଥାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    35.3 ° C
    35.3 °
    35.3 °
    37 %
    1.9kmh
    75 %
    Sat
    33 °
    Sun
    41 °
    Mon
    43 °
    Tue
    43 °
    Wed
    44 °

    ସମ୍ବନ୍ଧିତ