Friday, October 30, 2026
22.5 C
Odisha

    ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ, ୫ଟି ପିସ୍ତଲ ସହ ୫ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁରରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ । ୫ଟି ପିସ୍ତଲ ଜବତ ସହ ୫ ଅଭିଯୁକ୍ତ ଗିରଫ । ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ୫ଟି ବେଆଇନ ଦେଶୀ ପିସ୍ତଲ ସହ ୧୯ ରାଉଣ୍ଡ ଗୁଳି ଜବତ କରିଛି । ସମ୍ବଲପୁର ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିନୟ ପ୍ରଧାନ, ବିକ୍ରମ ପଟ୍ଟନାୟକ, ନୁରୁଲ ହୁଡ଼ା, ଲାଲମୋହନ ଯାଦବ ଏବଂ ଭାରତ ସୁନା। ଏସପିଙ୍କ ସୂଚନା ଅନୁସାରେ, ଗିରଫ ଭାରତ ସୁନା ଜଣେ ପୂର୍ବତନ ରେଳବାଇ କର୍ମଚାରୀ । ସେ ବିହାରର ମୁଙ୍ଗେର ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଆଣି ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ଯୋଗାଉଥିଲା। ଅନ୍ୟ ଅଭିଯୁକ୍ତ ବିକ୍ରମ ପଟ୍ଟନାୟକଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଇଁଠାପାଲି ଏବଂ କ୍ଷେତ୍ରରାଜପୁର ଥାନା ପୋଲିସ ମିଳିତ ଭାବେ ଏହି ସଫଳ ଅପରେସନ କରିଥିବା ଏସପି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    22.5 ° C
    22.5 °
    22.5 °
    98 %
    1.9kmh
    100 %
    Fri
    22 °
    Sat
    28 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ