Sunday, October 4, 2026
30.6 C
Odisha

    ଘୁର୍ଣ୍ଣିବଳୟ ସକ୍ରିୟ: ଆହୁରି ୨ଦିନ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଗୁରୁବାର ନୟାଗଡ଼ରେ ସର୍ବାଧିକ ୪୯.୦ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୪୫.୨ ମି.ମି., ତାଳଚେର ୩୫.୦ ମି.ମି., ବାରିପଦା ୩୦.୨ ମିିମି ଏମଂ ନବରଙ୍ଗପୁରରେ ୧୬.୪ ମିମି ବର୍ଷା ହୋଇଛି। ତେବେ ରାଜ୍ୟରେ ଆହୁରି ୨ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ରହିଛି। ଶନିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ଶନିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ