Sunday, October 4, 2026
24.6 C
Odisha

    ଆଳୁ ସଂକଟ ଦୂର କରିବାକୁ ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କ ଉଦ୍ୟମ: ଦିଦିଙ୍କୁ ବୁଝାଇବାକୁ କୋଲକାତା ଗଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଡ଼ୋଶୀ ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ନଆସିବା ଦ୍ବାରା ଓଡିଶାରେ ଲୋକେ ଅଭାବୀର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟରେ ଆଳୁ ସଂକଟରୁ ଫାଇଦା ଉଠାଇ ବ୍ୟବସାୟୀମାନେ ମନ ଇଛା ବେପାର କରୁଥିବା ଦେଖାଦେଇଛି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି। କୁହାଯାଉଛି ଯେ, କିଛି ସ୍ଥାନରେ ଆଳୁ କିଲୋ ୫୦ରୁ ୬୦ ଟଙ୍କାରେ ବିକ୍ରି କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁର ଦର ବଜାରରେ ଏତେ ବଢି ଯାଇଛି ଯେ, ଦର ଶୁଣି ଲୋକଙ୍କୁ ଡର ଲାଗୁଛି।
    ଆଳୁର ଦର ବଢ଼ି ଥିବା ବେଳେ ଏହି ସଙ୍କଟ ଦୂର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି। ଓଡିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ। ମମତାଙ୍କୁ ମନାଇବା ପାଇଁ ଉଦ୍ୟମ କରିବେ। ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି।

    ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନୀଙ୍କର ସୁସମ୍ପର୍କ ରହିଛି। ସେ ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ବିଶେଷ କରି କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ