Monday, October 19, 2026
24.8 C
Odisha

    ଘୋଷଣା ହେଲା ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତୀୟ ଜନତା ପାର୍ଟି (ବିଜେପି)ର ନୂଆ ଜାତୀୟ ସାଂଗଠନିକ ଟିମ୍‌ ଘୋଷଣା ହୋଇଛି। ଦଳର ଜାତୀୟ ସଭାପତି ନିତିନ ନବୀନ ଆଜି ନୂଆ ଟିମ୍‌ ଘୋଷଣା କରିଛନ୍ତି। ନୂଆ ତାଲିକାରେ ଅଭିଜ୍ଞ ନେତାଙ୍କ ସହ ବିଭିନ୍ନ ରାଜ୍ୟର ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି।ନୂଆ ଟିମ୍‌ରେ ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ସେହିପରି ବିଏଲ୍‌ ସନ୍ତୋଷଙ୍କୁ ପୁଣିଥରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଛି।

    ଦଳର ନୂଆ ଟିମ୍‌ରେ ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ଏହି ତାଲିକାରେ ବିନୋଦ ତାୱାଡେ, ସୁନିଲ ବଂଶଲ, ବିପ୍ଳବ କୁମାର ଦେବ ଏବଂ ସ୍ମୃତି ଈରାନୀଙ୍କ ଭଳି ବରିଷ୍ଠ ନେତା ସାମିଲ ଅଛନ୍ତି।ଏହାବ୍ୟତୀତ ୧୬ ଜଣ ବରିଷ୍ଠ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ନେତା ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି। ଓଡ଼ିଶାର ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ସଂଯୋଜକ ଦାୟିତ୍ୱ ଦିଆଯାଇଛି। ବିଜେପିର ନୂଆ ସାଂଗଠନିକ ଟିମ୍‌ ଘୋଷଣା ପରେ ଆଗାମୀ ଦିନରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ସହ ବିଭିନ୍ନ ରାଜ୍ୟରେ ଦଳୀୟ ସଂଗଠନ ବିସ୍ତାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    81 %
    0.4kmh
    37 %
    Mon
    30 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ