Monday, September 28, 2026
23.6 C
Odisha

    ଡ୍ରଗ୍‌ ଟେଷ୍ଟରେ ଏୟାର ଇଣ୍ଡିଆର ୨ ପାଇଲଟ୍‌ ପଜିଟିଭ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍‌ମାନଙ୍କ ଡ୍ରଗ୍‌ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚ ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍‌ ପ୍ରାଥମିକ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିନଥିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପାଇଲଟ୍‌ଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି।

    ଏୟାର ଇଣ୍ଡିଆର ନୂଆ ଏସ୍‌ଓପି ଅନୁଯାୟୀ, ସମସ୍ତ ପାଇଲଟ୍‌ଙ୍କ ପାଇଁ ଡ୍ରଗ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆର ୩୦୦ରୁ ଅଧିକ ପାଇଲଟ୍‌ଙ୍କ ଡ୍ରଗ୍‌ ଟେଷ୍ଟ ସରିଥିବା ସୂଚନା ମିଳିଛି। ପ୍ରାଥମିକ ରିପୋର୍ଟ ପଜିଟିଭ୍‌ ଆସିଥିବା ଦୁଇ ପାଇଲଟ୍‌ଙ୍କ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ସେମାନଙ୍କୁ ବିମାନ ଉଡ଼ାଇବାକୁ ଅନୁମତି ମିଳିବ ନାହିଁ। ଚୂଡ଼ାନ୍ତ ଡ୍ରଗ୍‌ ଟେଷ୍ଟ ରିପୋର୍ଟ ପାଇଁ ସାଧାରଣତଃ ୨୪ରୁ ୪୮ ଘଣ୍ଟା ସମୟ ଲାଗିଥାଏ।

    ଡିଜିସିଏ ନିୟମ ଅନୁସାରେ, କୌଣସି ପାଇଲଟ୍‌ କିମ୍ବା ଉଡ୍ଡୟନ କର୍ମଚାରୀ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌ ଆସିଲେ ତାଙ୍କୁ ନିଶାମୁକ୍ତି କାର୍ଯ୍ୟକ୍ରମକୁ ପଠାଯାଇଥାଏ। ଦ୍ୱିତୀୟ ଥର ପଜିଟିଭ୍‌ ଆସିଲେ ତାଙ୍କ ଲାଇସେନ୍ସ ୩ ବର୍ଷ ପାଇଁ ନିଲମ୍ବିତ ହୋଇପାରେ। ତୃତୀୟ ଥର ନିୟମ ଉଲ୍ଲଂଘନ ହେଲେ ଲାଇସେନ୍ସ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରାଯାଇଥାଏ।

    ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI2379 ବିମାନ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇ ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସିଥିଲା। ବିମାନରେ ଥିବା ୧୩୭ ଯାତ୍ରୀ ଓ ୮ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୪୫ ଜଣଙ୍କ ମଧ୍ୟରୁ ପ୍ରାୟ ୨୪ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ବିମାନ ସୁରକ୍ଷାକୁ ନେଇ ପାଇଲଟ୍‌ମାନଙ୍କ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ