Wednesday, July 15, 2026
26.2 C
Odisha

    ଚଣ୍ଡିଗଡ଼ ଷ୍ଟାଇଲ ଆପଣାଇବ ଓଡ଼ିଶା, ଏପ୍ରିଲରୁ କାମ ଆରମ୍ଭ ହେବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚଣ୍ଡିଗଡ଼ ଷ୍ଟାଇଲ ଆପଣାଇବ ଓଡ଼ିଶା । ଏପ୍ରିଲରୁ କାମ ଆରମ୍ଭ ହେବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା । ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଜୟଦେବ ବିହାର ନନ୍ଦନକାନନ ରୋଡ ତିଆରି ସମୟରେ ମେନ୍ ରୋଡ ସହ ହେବ ସର୍ଭିସ୍ ରୋଡ । ସର୍ଭିସ୍ ରୋଡରେ ସ୍ଥାନୀୟ ଲୋକ ଯିବା ଆସିବା କରିବେ । ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଚଳିତମାସ ୨୫ ତାରିଖ ସୁଦ୍ଧା ସରିବ। ଏପ୍ରିଲରୁ କାମ ଆରମ୍ଭ ହେବ। ଚଣ୍ଡିଗଡ଼ ଢାଞ୍ଚାରେ ହେବ କାମ। ନିକଟରେ ଚଣ୍ଡିଗଡ ଗସ୍ତରେ ଯାଇଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହି ରୋଡ ଦେଖିବା ପରେ ତାହା ଭୁବନେଶ୍ୱରରେ ଆପଣାଇଛି ଓଡ଼ିଶା ।

    ଚଣ୍ଡିଗଡରେ ମେନ୍ ରୋଡ ଅଧିକାଂଶ ସମୟରେ ଟ୍ରାଫିକ ଫ୍ରି ରହିଥାଏ । ମେନ୍ ରୋଡ ସହ ସର୍ଭିସ୍ ରୋଡ ସଂଯୋଗ ରହିଥିବାରୁ ଟ୍ରାଫିକ ଫ୍ରି ରହିଥାଏ । ସର୍ଭିସ ରୋଡରେ ସ୍ଥାନୀୟ ଲୋକେ ଯିବା ଆସିବା କରନ୍ତି । ମେନ୍ ରୋଡକୁ ବହୁତ୍ କମ୍ ଲୋକେ ଆସନ୍ତି । ଜୟଦେବ ବିହାର ନନ୍ଦନକାନନ ରୋଡ ତିଆରି ସମୟରେ ମେନ୍ ରୋଡ ସହ ହେବ ସର୍ଭିସ୍ ରୋଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.2kmh
    100 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ