Wednesday, August 19, 2026
28.3 C
Odisha

    ଚନ୍ଦ୍ରବାବୁ ନାଇଡ଼ୁ ଧନୀ ମୁଖ୍ୟମନ୍ତ୍ରୀ: ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସର୍ବାଧିକ ଅାପରାଧିକ ମାମଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ‌ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ସବୁଠାରୁ ଧନୀ। ତାଙ୍କ ପଛକୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ (ବିଜେପି) ଦ୍ବିତୀୟ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା (କଂଗ୍ରେସ) ତୃତୀୟ ସ୍ଥାନରେ ରହିଛନ୍ତି। ନାଇଡୁଙ୍କ ସଂପତ୍ତି ୯୩୧ କୋଟି, ପେମା ଖଣ୍ଡୀଙ୍କ ସଂପତ୍ତି ୩୩୨ କୋଟି ଏବଂ ସିଦ୍ଦରମୈୟାଙ୍କ ସଂପତ୍ତି ୫୧ କୋଟି ରହିଛି। ୩୧ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସଂପତ୍ତି ୫୨.୫୯ କୋଟି ଟଙ୍କା ରହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ(କଂଗ୍ରେସ ବିଧାୟକ)ଙ୍କ ବିରୋଧରେ ସର୍ବାଧିକ ଅାପରାଧିକ ମାମଲା ରହିଛି।
    ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଓ ନ୍ୟାସନାଲ୍‌ ଇଲେକ୍‌ସନ୍‌ ୱାଚ୍‌ (ଏନ୍‌ଇଡବ୍ଲୁ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ନିର୍ବାଚନ ସତ୍ୟପାଠରେ ଦେଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଅପରାଧିକ ମାମଲା ଆଦିର ଅନୁଶୀଳନରୁ ଏହା ଜଣାଯାଇଛି। ସମସ୍ତ ୩୧ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୬୩୦ କୋଟି ଟଙ୍କା। ରିପୋର୍ଟ ଅନୁସାରେ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ମୋଟ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ବିରୋଧରେ ୧୦କୋଟି ଟଙ୍କାର ଋଣ ରହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମୋଟ ସମ୍ପତ୍ତି ୫୧ କୋଟି ରହିଛି। ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତାଙ୍କ ସ୍ଥାନ ତୃତୀୟରେ ରହିଛି। ସିଦ୍ଦରମୈୟାଙ୍କ ୨୩ କୋଟି ଟଙ୍କାର ଋଣ ରହିଛି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୩୨ କୋଟି ଟଙ୍କା ଏବଂ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତାଙ୍କ ସ୍ଥାନ ଦ୍ବିତୀୟରେ ରହିଛି। ତେବେ ତାଙ୍କର ୧୮୦ କୋଟି ଟଙ୍କାର ଋଣ ରହିଛି। ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ନିମ୍ନରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫ଲକ୍ଷ ରହିଛି। ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କ ମୋଟ ସମ୍ପତ୍ତି ୫୫ ଲକ୍ଷ ଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧ କୋଟି ଟଙ୍କା ଅଟେ।

    ଅପରାଧିକ ମାମଲା ପ୍ରସଙ୍ଗରେ ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୩ଜଣ ଅର୍ଥାତ୍‌ ୪୨ ପ୍ରତିଶତ ହିଁ ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ଜଣାଇଛନ୍ତି। ୧୦ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଅପହରଣ, ହତ୍ୟା ଉଦ୍ୟମ, ଅପରାଧିକ ଷଡ଼ଯନ୍ତ୍ର ଆଦି ସାଂଘାତିକ ଅପରାଧିକ ମାମଲା ରହିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ତାଲିକାରେ ସର୍ବାଗ୍ରେ ରହିଥିବା ରେବନ୍ତ ରେଡ୍ଡୀଙ୍କ ବିରୋଧରେ ୭୨ଟି ବିଭିନ୍ନ ଅପରାଧିକ ମାମଲା ରହିଛି। ତାଙ୍କ ବିରୋଧରେ ଆଇପିସି ଧାରା ୫୦୬ରେ ୩୪ଟି ମାମଲା, ୫୦୫ (୨)ରେ ୨୨ଟି ମାମଲା, ୫୦୫ରେ ୨ଟି ମାମଲା, ୪୨୦ରେ ଦୁଇଟି ମାମଲା, ୪୭୭ (କ)ରେ ଗୋଟିଏ ମାମଲା, ଆଇପିସି ଧାରା ୨୯୫(କ)ରେ ଗୋଟିଏ ମାମଲା ରହିଛି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ନେତା ଷ୍ଟାଲିନ୍‌ଙ୍କ ବିରୋଧରେ ୪୭ଟି ମାମଲା ରହିଛି। ସେ ମଧ୍ୟରୁ ୧୧ଟି ମାମଲା ସାଂଘାତିକ ଅପରାଧ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    81 %
    4.6kmh
    81 %
    Wed
    29 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ