Thursday, July 30, 2026
26.5 C
Odisha

    ଓଡ଼ିଶାର ୫ ସହର ବାୟୁ ‘ଖରାପ’: କିଛି ଦିନ ବ୍ୟବଧାନରେ ହଠାତ୍‌ ବିଗିଡ଼ିଯାଇଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ବାୟୁମଣ୍ଡଳ ପୁଣିଥରେ ଖରାପ ସ୍ତରରେ ପହଞ୍ଚିଛି। ଦେଶର ୧୨ଟି ସହରର ବାୟୁ ଖରାପ ସ୍ତରରେ ଥିବା ବେଳେ ସେଥିରୁ ଓଡ଼ିଶାର ୫ଟି ସହର ରହିଛି। ଏହାବ୍ୟତୀତ ୪ଟି ସହରର ବାୟୁ ମଧ୍ୟମଧରଣ ପ୍ରଦୂଷିତ ହୋଇଛି ଏବଂ ଧୀରେ ଧୀରେ ଖରାପ ସ୍ତରକୁ ଗତି କରୁଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି। ଏହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

    ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଯେତିକି ଥିଲା, ତା’ଠାରୁ ଢେର ଅଧିକ ଓଡ଼ିଶାର ୭ଟି ସହରରେ ରହିଥିଲା। ଓଡ଼ିଶାର ବ୍ୟାସନଗରରେ ଏକ୍ୟୁଆଇ ୨୬୨, ଭୁବନେଶ୍ବରରେ ୨୨୮, କଟକରେ ୨୧୭, ତାଳଚେରରେ ୨୧୬ ଓ ବାଲେଶ୍ବରରେ ୨୧୪ ରହିଥିଲା। ଅନୁଗୁଳ ଓ ବରିପଦା ସହରର ବାୟୁ ମଧ୍ୟମଧରଣ ପ୍ରଦୂଷିତ ହେବା ସହ ଏକ୍ୟୁଆଇ ମାତ୍ରା ଯଥାକ୍ରମେ ୧୯୩ ଓ ୧୮୫ ଥିଲା। ସେପଟେ ରାଉରକେଲା ସହରର ବାୟୁ ମଧ୍ୟମଧରଣ ପ୍ରଦୂଷିତ ହେବା ସହ ପିଏମ୍‌୧୦ ମାତ୍ରା ୧୦୯ ଏବଂ କେନ୍ଦୁଝରର ପିଏମ୍‌୧୦ ମାତ୍ରା ୧୦୨ରେ ପହଞ୍ଚିଛି। ସପ୍ତାହକ ପୂର୍ବରୁ ଓଡ଼ିଶାର ସମସ୍ତ ସହରର ବାୟୁର ପ୍ରଦୂଷଣ ମାତ୍ରା ଭଲ ନ ହେଲେ ସନ୍ତୋଷଜନକ ସ୍ତରରେ ଥିଲା। ‌

    କିଛି ଦିନ ବ୍ୟବଧାନରେ ହଠାତ୍‌ ବିଗିଡ଼ିଯାଇଛି
    ଦିଲ୍ଲୀଠାରୁ ଅଧିକ ଖରାପ ସ୍ତରରେ ୭ସହରର ବାୟୁ
    ଆଗରେ ବ୍ୟା‌ସନଗର, ପଛକୁ ଭୁବନେଶ୍ବର, କଟକ

    ବର୍ତ୍ତମାନ ପ୍ରଦୂଷିତ ଓଡ଼ିଶାର ସହରଗୁଡ଼ିକର ସ୍ଥିତି ଦେଖିଲେ ବାୟୁମଣ୍ଡଳର ଛୋଟ ଧୂଳିକଣାର ମାତ୍ରା ସବୁଠାରୁ ଅଧିକ ରହିଛି। ଯେଉଁ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ସେଠାକାର ବାୟୁ ଅଧିକ ପ୍ରଦୂଷିତ ହେଉଥିବା ନଜରକୁ ଆସିଛି। ନିର୍ମାଣାଧୀନ କୋଠା, ରାସ୍ତା ଖୋଳାଯିବା, ରାସ୍ତାପାର୍ଶ୍ବରେ ଅଳିଆ ଆବର୍ଜନା ପଡ଼ିବା ଓ ବାଲି ଜମା ହେବା ଦ୍ବାରା ସେଥିରୁ ନିର୍ଗତ ହେଉଥିବା ଧୂଳିକଣା ସହରକୁ ଅଧିକ ପ୍ରଦୂଷିତ କରୁଛି। ଅଧିକାଂଶ ସ୍ଥାନରେ ରାସ୍ତା କାମ ହେଉଥିଲେ ମଧ୍ୟ ପାଣି ପକାଯାଉ ନ ଥିବାରୁ ଗାଡ଼ି ଚାଲିବା ଦ୍ବାରା ସେଥିରୁ ଉଡ଼ୁଥିବା ଧୂଳିକଣା ପ୍ରଦୂଷଣର ଅନ୍ୟତମ କାରଣ। ବର୍ଷା ପରବର୍ତ୍ତୀ ସମୟରେ ଏବେ ଘନ କୁହୁଡ଼ି ସାଙ୍ଗକୁ ପବନର ବେଗ ମନ୍ଥର ଓ ବାୟୁରେ ଆର୍ଦ୍ରତା ରହିଥିବାରୁ ପ୍ରଦୂଷଣ ମାତ୍ରା ବଢ଼ୁଥିବା ମତପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସାଧାରଣ ବାୟୁର ଏକ୍ୟୁଆଇ ୫୦ କିମ୍ବା ତା’ଠାରୁ ତଳକୁ ରହିଲେ ଭଲ ବୋଲି ବିବେଚନା କରାଯାଏ। ସେହିପରି ସୂଚକାଙ୍କ ୫୦ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମଧରଣର, ୨୦୧ରୁ ୩୦୦ ଭିତରେ ରହିଲେ ଖରାପ ଓ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତିଖରାପ ବୋଲି ଧରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.5 ° C
    26.5 °
    26.5 °
    86 %
    2.5kmh
    95 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ