Wednesday, April 1, 2026
25.3 C
Odisha

    ଚର୍ଚ୍ଚାରେ ‘ଯୋଗୀ ଆମ୍ବ’ ! ନିଜ ନାମ ଦେଖି ଏଭଳି ଦେଲେ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଆପଣ ବାଣଠାରୁ ଆରମ୍ଭ କରି କଣ୍ଢେଇ ପର୍ଯ୍ୟନ୍ତ, ସବୁଥିରେ କିଛି ସେଲିବ୍ରିଟିଙ୍କ ଫଟୋ ବା ନାମ ଥିବା ଦେଖିଥିବେ। ଏବେ ଆମ୍ଭରେ ଜ‌ଣେ ମୁଖ୍ୟମନ୍ତ୍ରୀଙ୍କ ନାମ ଲେଖାଯାଇଥିବା ଦେଖାଯାଇଛି। ଉତ୍ତରପ୍ରଦେଶରେ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଥିବା ବେଳେ ଏଥିରେ ଏକ ପ୍ରକାର ଆମ୍ବର ନାମ ଯୋଗୀ ରଖାଯାଇଥିବା ଦେଖାଯାଇଥିଲା, ଯାହାକୁ ଦେଖିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସିବାକୁ ଲାଗିଥିଲେ। ଲକ୍ଷ୍ନୌର ଅବଧ ଶିଳ୍ପ ଗ୍ରାମଠାରେ ଆଜିଠାରୁ ତିନି ଦିନିଆ ଆମ୍ବ ମହୋତ୍ସବ ଆରମ୍ଭ ହୋଇଛି। ଆଜି ଏହାର ଶୁଭାରମ୍ଭ କରିଥିଲେ ଯୋଗୀ ଆଦିତ୍ୟନାଥ। ଏହି ମହୋତ୍ସବରେ ଦେଶର ବିଭିନ୍ନ କୋଣରୁ ପ୍ରାୟ ୮୦୦ପ୍ରକାର ଆମ୍ବକୁ ଦେଖିବା ଏବଂ ଚାଖିବାର ସୁଯୋଗ ଲୋକଙ୍କୁ ମିଳିବ। ତେବେ ଏହି ମହୋତ୍ସବର ପ୍ରଥମ ଦିନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯୋଗୀ ଆମ୍ବ। ଶୁଭାରମ୍ଭ ପରେ ଯେତେବେ‌ଳେ ଯୋଗୀ ଆମ୍ବର ପ୍ରକାର ସବୁ ବୁଲି ଦେଖୁଥିଲେ ସେହି ସମୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଯୋଗୀ ଆମ୍ବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ