Thursday, October 15, 2026
22.6 C
Odisha

    ତେଲେଙ୍ଗାନାରେ ବିସ୍ଫୋରଣ: ଓଡ଼ିଆ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଆର୍ଥିକ ସହାୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଗତ ମାସ ୩୦ ତାରିଖ ଦିନ ଔଷଧ କାରଖାନାରେ ଘଟିଥିବା ବିସ୍ଫୋରଣରେ ମୃତ ୮ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ଦିନ ଆନୁମାନିକ ପୂର୍ବାହ୍‌ଣ ୯ଟାରେ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାର ଏକ ଔଷଧ କାରଖାନାରେ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୪୦ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ। ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ। ଆହତମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    97 %
    1.6kmh
    51 %
    Thu
    22 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ