Saturday, July 18, 2026
24.3 C
Odisha

    ଚଳଚଞ୍ଚଳ ରଥଖଳା, ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ

    ଆଗକୁ ପଢନ୍ତୁ

    ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଖୁବଶୀଘ୍ର ଅଖ ନିର୍ମାଣ ପାଇଁ କାଠ ଆସି ରଥଖଳାରେ ପହଞ୍ଚିବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି ।

    ସେପଟେ କଟକ ଖପୁରିଆ ସ୍ଥିତ କରତକଳରେ ରଥ ଚକ ନିର୍ମାଣ ପାଇଁ ପହି କଟା କାର୍ଯ୍ୟ ମଧ୍ୟ ଜାରି ରହିଛି । ପ୍ରତିବର୍ଷ ତୁମ୍ଭ ନିର୍ମାଣ ପାଇଁ ୨୨ଟି କାଠର ଆବଶ୍ୟକ ପଡିଥାଏ । କିନ୍ତୁ ଚଳିତ ବର୍ଷ ମାତ୍ର ୧୫ଟି କାଠରେ ଆବଶ୍ୟକ ସମସ୍ତ ତୁମ୍ଭ ନିର୍ମାଣ କରାଯାଇଛି । ତୁମ୍ବରେ ମହାରଣା ମାନେ ସୂତା ଦାଗ ଦେଇଛନ୍ତି ।  ଏହାପରେ ତୁମ୍ବାରେ ବନ୍ଧ ଅନୁକୂଳ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    93 %
    1.8kmh
    98 %
    Fri
    24 °
    Sat
    30 °
    Sun
    29 °
    Mon
    25 °
    Tue
    28 °

    ସମ୍ବନ୍ଧିତ