Wednesday, October 7, 2026
23.2 C
Odisha

    ଆସନ୍ତାକାଲିଠୁ ଉତ୍ତରଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ତାତି ପରେ କାଳ ବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତାକାଲି ଠୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସନ୍ତାକାଲି ଠୁ ଉତ୍ତରଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି  ।  ମେ ୧ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

    କାଳବୈଶାଖୀ ପ୍ରଭାବରେ ଅଶାନ୍ତ ରହିପାରେ ସମୁଦ୍ର ।   ସମୁଦ୍ର ମଧ୍ୟରେ ଝଡ଼ ଓ ଅଧିକ ବେଗରେ ପବନ ବହିବା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପ୍ରକାଶ କରିଛି ।  ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରିବା ସହ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ କୁଆପଥର ମାଡ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ