Thursday, April 2, 2026
26.4 C
Odisha

    ଚଳିତ ମାସରେ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ବଣ୍ଟନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚଳିତ ମାସରେ ରାଜ୍ୟ ସରକାର ପ୍ରାୟ ୧୦ଲକ୍ଷ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ବଣ୍ଟନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ସେ କହିଲେ, ଚଳିତ ମାସରେ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଅନ୍ୟାନ୍ୟ ରାଜ୍ୟରେ ପକ୍କାଘର ବଣ୍ଟନ କରାଯିବାକୁ ଥିବାବେଳେ ରାଜ୍ୟରେ ପକ୍କା ଘର ବାଣ୍ଟିବେ ସରକାର। ପ୍ରଧାନମନ୍ତ୍ରୀ ଆବାସ ପାଇଁ ୩୭ ଲକ୍ଷ ହିତାଧିକାରୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି। ଯାଞ୍ଚ ପରେ ୩୪ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଅନ୍ତ୍ୟୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ଅଂଶ ଭାବେ ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ଲାଭ ପାଇବେ।

    ପର୍ଯ୍ୟାୟକ୍ରମେ ପକ୍କାଘର ବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ରହିଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ୧୦ଲକ୍ଷ ପକ୍କାଘର ଗରିବ ଲୋକଙ୍କୁ ବଣ୍ଟନ କରାଯିବ। ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୨୨ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଏହା ସହିତ ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ