Monday, March 30, 2026
27.4 C
Odisha

    ଚାକିରିରୁ ବାହାର କରିଦେବାରୁ ମାଲିକଙ୍କୁ କୋଦାଳରେ ମରଣାନ୍ତକ ଆକ୍ରମଣ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଗ୍ରୀଡ୍‌ ସବ୍‌ଷ୍ଟେଶନ ନିକଟସ୍ଥ ପୌରପାଳିକା ଭେଣ୍ଡିଂ ଜୋନ୍‌ରେ ଥିବା ୱେଲ୍ଡିଂ ଦୋକାନ ମାଲିକଙ୍କୁ ହେଲପର ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଦୋକାନ ମାଲିକ ମଥୁରା ଗିରି ଗୁରୁତର ହୋଇ ଭୁବନେଶ୍ୱରସ୍ଥିତି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ପରେ ବଡ଼ବିଲ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ମଥୁରାଙ୍କ ୱେଲ୍ଡିଂ ଦୋକାନରେ ବଡବିଲ ଆଜାଦ ବସ୍ତି ଅଞ୍ଚଳର ସମୀର ଖାନ ହେଲପର ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ପୂର୍ବାହ୍ନରେ ମଥୁରା ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ। ସାବେଳେ ମଥୁରା ନିଜ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ସମୀର ସେଠାରେ ପହଞ୍ଚି ଆଣିଥିବା ଏକ କୋଦାଳ ବେଣ୍ଟରେ ମଥୁରାଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ମଥୁରା ତଳେ ପଡିଯିବାରୁ ସେଠାରୁ ସମୀର ପଳାୟନ କରିଥିଲେ। ସ୍ଥାନୀୟ ଲୋକେ ଲଦ୍ଧାର କରି ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପୋଲିସ ଏକ ମାମଲା(ନଂ. ୨୬୩/୨୦୨୪)ରୁଜୁ କରିଛି। ଅଭିଯୁକ୍ତ ସମିରଙ୍କୁ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରମାକାନ୍ତ ମୁଦୁଲି କହିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ