Thursday, October 1, 2026
28.5 C
Odisha

    ଚାଣକ୍ୟ ନୀତି: ଶତ୍ରୁଠାରୁ ମଧ୍ୟ ଅଧିକ ବିପଜ୍ଜନକ ହୋଇଥାନ୍ତି ଏପରି ବନ୍ଧୁ

    ଆଗକୁ ପଢନ୍ତୁ

    ଆପଣଙ୍କ ସହ ଯିଏ ହସେ, ସେ ସତରେ କ’ଣ ଆପଣଙ୍କ ଖୁସିରେ ଖୁସି ହୁଏ? ଅନେକ ସମୟରେ ସବୁଠାରୁ ବଡ଼ ଧୋକା କୌଣସି ଶତ୍ରୁଠାରୁ ନୁହେଁ, ବରଂ ଯାହାକୁ ଆମେ ନିଜ ବନ୍ଧୁ ଭାବୁଥାଉ, ସେହି ବ୍ୟକ୍ତିଠାରୁ ମିଳେ । ଚାଣକ୍ୟ ନୀତିରେ କୁହାଯାଇଛି, ଯିଏ ପଛରେ ଆପଣଙ୍କ କାମ ବିଗାଡ଼େ ଏବଂ ସାମ୍ନାରେ ମିଠା କଥା କୁହେ, ତା’ଠାରୁ ସାବଧାନ ରହିବା ଉଚିତ୍ । ଏପରି ବନ୍ଧୁ ବାହାରୁ କ୍ଷୀର ପରି ଦେଖାଯାଇପାରନ୍ତି, କିନ୍ତୁ ଭିତରେ ବିଷ ଲୁଚିଥାଇପାରେ ।

    ନକଲି ବନ୍ଧୁଙ୍କୁ କିପରି ଚିହ୍ନିବେ?

    ଆବଶ୍ୟକତାଠାରୁ ଅଧିକ ପ୍ରଶଂସା । ଚାଣକ୍ୟ ନୀତି ଅନୁସାରେ, ଯିଏ ପ୍ରତ୍ୟେକ କଥାରେ ଆପଣଙ୍କ ସହ ହଁରେ ହଁ ମିଳାଏ ଏବଂ କେବେ ଆପଣଙ୍କ ଭୁଲ୍ ଦେଖାଏ ନାହିଁ, ତା’ଠାରୁ ସାବଧାନ ରୁହନ୍ତୁ । ସତ ବନ୍ଧୁ ପ୍ରଶଂସା କରିବା ସହ ଆପଣଙ୍କ ଭୁଲ୍ ପାଇଁ ମଧ୍ୟ ସତର୍କ କରେ ।

    ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ କଥା କହିବା:
    ଯିଏ ଅନ୍ୟମାନଙ୍କ ସାମ୍ନାରେ ଅନ୍ୟ କାହାର ଦୁର୍ବଳତା ଓ ଗୁପ୍ତ କଥା ପ୍ରକାଶ କରେ, ସେ ଆପଣଙ୍କ କଥା ମଧ୍ୟ ଅନ୍ୟମାନଙ୍କ ପାଖରେ ପହଞ୍ଚାଇପାରେ ।

    ଆପଣଙ୍କ ସଫଳତାକୁ ନେଇ ଈର୍ଷା:
    କଷ୍ଟ ସମୟରେ ସାଥ୍ ଦେବା ସହଜ, କିନ୍ତୁ ଆପଣଙ୍କ ଉନ୍ନତି ଦେଖି ହୃଦୟରୁ ଖୁସି ହେବା ହେଉଛି ପ୍ରକୃତ ବନ୍ଧୁତ୍ୱର ପରିଚୟ । ଯଦି ଆପଣଙ୍କ ସଫଳତାରେ ତାଙ୍କ ମୁହଁର ଖୁସି ଗାଏବ ହୋଇଯାଏ, ତେବେ ସମ୍ପର୍କକୁ ବୁଝିବା ଆବଶ୍ୟକ ।

    ପ୍ରତ୍ୟେକ କଥାରେ ଆପଣଙ୍କୁ ରୋକିବା:
    ଯଦି କୌଣସି ବନ୍ଧୁ ଆପଣଙ୍କ ପ୍ରତ୍ୟେକ ନୂଆ ପ୍ରୟାସକୁ ତୁମ ଦ୍ୱାରା ହେବ ନାହିଁ କହି ରୋକେ, ତେବେ ତାଙ୍କ ପରାମର୍ଶକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ପରାମର୍ଶ ଓ ନିରୁତ୍ସାହିତ କରିବା ମଧ୍ୟରେ ଥିବା ତଫାତ ବୁଝନ୍ତୁ ।

    କେବଳ ସ୍ୱାର୍ଥ ସମୟରେ ମନେ ପକାଇବା:
    ଚାଣକ୍ୟ ନୀତି ଅନୁସାରେ, ଯିଏ ଆପଣଙ୍କ ଆବଶ୍ୟକତା ସମୟରେ ଗାଏବ ହୋଇଯାଏ ଏବଂ ନିଜର କାମ ପଡ଼ିଲେ ପୁଣି ଫେରିଆସେ, ସେ ବନ୍ଧୁ କମ୍ ଓ ସ୍ୱାର୍ଥପର ଅଧିକ ହୋଇପାରେ ।

    ଆପଣଙ୍କ ଗୁପ୍ତ କଥାକୁ ଅସ୍ତ୍ର କରିବା:
    ନିଜର ଦୁର୍ବଳତା ଓ ବ୍ୟକ୍ତିଗତ କଥା ପ୍ରତ୍ୟେକଙ୍କ ସହ ଆଲୋଚନା କରନ୍ତୁ ନାହିଁ । ସମୟ ସହ ସମ୍ପର୍କ ବଦଳିପାରେ ଏବଂ ଆପଣ କହିଥିବା କଥା ଆପଣଙ୍କ ବିରୋଧରେ ବ୍ୟବହାର ହୋଇପାରେ ।

    ବ୍ୟବହାରରେ ପରିବର୍ତ୍ତନ:
    ଯେପର୍ଯ୍ୟନ୍ତ ଆପଣ ତାଙ୍କଠାରୁ ତଳେ ଥାଆନ୍ତି, ସେ ଆପଣଙ୍କ ସାଥ୍ ଦିଅନ୍ତି । କିନ୍ତୁ ଯେତେବେଳେ ଆପଣ ଆଗକୁ ବଢ଼ିବାକୁ ଲାଗନ୍ତି, ତାଙ୍କ ବ୍ୟବହାର ବଦଳିଯାଏ, ତେବେ ଏପରି ଲୋକଙ୍କଠାରୁ ସାବଧାନ ରୁହନ୍ତୁ ।

    ଚାଣକ୍ୟ ନୀତିର ଶିକ୍ଷା:

    -ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସନ୍ଦେହ କରିବା ଉଚିତ୍ । ଚାଣକ୍ୟଙ୍କ ଶିକ୍ଷା ହେଉଛି—ବିଶ୍ୱାସ କରନ୍ତୁ, କିନ୍ତୁ ପରଖିବା ପରେ ।

    -ସତ ବନ୍ଧୁ ସିଏ, ଯିଏ ଆପଣଙ୍କ ସଫଳତାରେ ଖୁସି ହୁଏ, ଆପଣଙ୍କ ଭୁଲ୍‌ରେ ବୁଝାଏ ଏବଂ କଷ୍ଟ ସମୟରେ କୌଣସି ସ୍ୱାର୍ଥ ବିନା ଆପଣଙ୍କ ସହ ଠିଆ ହୁଏ ।

    ତେଣୁ ଲୋକଙ୍କ କଥା ଅପେକ୍ଷା ତାଙ୍କ କାମ ଓ ବ୍ୟବହାରକୁ ଦେଖନ୍ତୁ । ସମୟ ପ୍ରତ୍ୟେକ ମୁହଁର ପ୍ରକୃତ ମୁଖା ଖୋଲିଦିଏ । ନିଜର ଯୋଜନାକୁ ଭାବି ଚିନ୍ତି ଅନ୍ୟମାନଙ୍କ ସହ ଆଲୋଚନା କରନ୍ତୁ ଏବଂ ନିଜର ଦୁର୍ବଳତାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନିଜ ଉପରେ ବିଶ୍ୱାସ କରିବା ଶିଖନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ