Saturday, September 12, 2026
24.4 C
Odisha

    ଚାଲନ୍ତୁ ଜାଣିବା ଅନୁଲୋମ ବିଲୋମ କରିବାର ସଠିକ୍ ଉପାୟ ଏବଂ ତାର ଫାଇଦା

    ଆଗକୁ ପଢନ୍ତୁ

    ବ୍ୟସ୍ତବହୁଳ ଜୀବନରେ ଯେତେବେଳେ ଆମେ ମାନସିକସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହୋଇଥାଏ । ଏହି ସମସ୍ୟା ପାଇଁ ମସ୍ତିଷ୍କକୁ ଶାନ୍ତ ରଖିବା ଦରକାର। ଏଥିପାଇଁ ଏକ ସହଜ ସୁନ୍ଦର ପ୍ରାଣାୟମ ହେଉଛି ଅନୁଲୋମ-ବିଲୋମ। ପ୍ରତିଦିନ ଅନୁଲୋମବିଲୋମ ପ୍ରାଣାୟାମ କଲେ କ’ଣ ସୁଫଳ ମିଳେ। ତେବେ ଚାଲନ୍ତୁ ଜାଣିବା ଅନୁଲୋମ ବିଲୋମ କରିବାର ସଠିକ୍ ଉପାୟ ଏବଂ ତାର ଫାଇଦା

    ଅନୁଲୋମ ବିଲୋମ କରିବାର ସଠିକ୍ ଉପାୟ :-

    -ଚଟାଣରେ ଏକ ଆସନ ପକାଇ ପଦ୍ମାସନ କିମ୍ବା ଅର୍ଦ୍ଧପଦ୍ମାସନରେ ବସନ୍ତୁ। ଯେଉଁମାନଙ୍କ ଆର୍ଥ୍ରାଇଟିସ ସମସ୍ୟା ରହିଛି ସେମାନେ କାଠ ଚୌକିରେ ଗୋଡ଼ ତଳକୁ ରଖି ବସିପାରିବେ। ବାମ ହାତର ପାପୁଲିକୁ ତଳ ମୁହାଁ କରି ବାମ ଗୋଡ଼ର ଆଣ୍ଠୁ ଉପରେ ରଖନ୍ତୁ। ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ ରଖନ୍ତୁ । କହୁଣିକୁ ବେଶୀ ଉପରକୁ ଟେକିବେ ନାହିଁ । ଏହାପରେ ବାମ ପାଖ ନାକ ବାଟେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଡାହାଣ ନାକରେ ନିଶ୍ୱାସ ଛାଡ଼ନ୍ତୁ।

    -ଏହାପରେ ବାମ ପାଖ ନାକରେ ତର୍ଜନୀ ଆଙ୍ଗୁଠି ରଖି ଡାହାଣ ନାକରେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ବାମ ପାଖ ନାକରେ ଶ୍ୱାସ ଛାଡ଼ନ୍ତୁ।

    -ଆରମ୍ଭରୁ ଏହାକୁ ତିନି ମିନିଟ୍ କରି ପରେ ଏହାକୁ 15 ମିନିଟ୍ ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ। ପ୍ରାଣାୟାମ କରିବା ସମୟରେ ଆଖିକୁ ବନ୍ଦ ରଖନ୍ତୁ।

    ତେବେ ଏହି ପ୍ରାଣାୟାମ ସର୍ବଦା ଖାଲି ପେଟରେ କରାଯିବା ଉଚିତ। ସକାଳ ସମୟକୁ ଏହାକୁ ଅଭ୍ୟାସ କରିବା ପାଇଁ ସର୍ବୋତ୍ତମ ସମୟ ଭାବରେ ବିବେଚନା କରାଯାଏ। ଏହି ଯୋଗାସନ 5-10 ମିନିଟ୍ ସହିତ ଆରମ୍ଭ କରନ୍ତୁ ଏବଂ ଧୀରେ ଧୀରେ ଏହି ଅଭ୍ୟାସ ସମୟ ବଢ଼ାନ୍ତୁ।

    ଅନୁଲୋମ-ବିଲୋମର ଲାଭ ବା ଫାଇଦା :-

    -ନିୟମିତ ଏହି ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଶରୀରରେ ଥିବା ବାତ, କଫ ଏବଂ ପିତ ଦୋଷ ଜନିତ ସମସ୍ୟା ଦୂର ହୁଏ।

    -ଅନୁଲୋମ-ବିଲୋମର ନିୟମିତ ଅଭ୍ୟାସ କଲେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟା ସଂପୂର୍ଣ୍ଣ ଦୂର ହୁଏ।

    -ମାନସିକ ସ୍ତରରେ ସକାରତ୍ମକ ଚିନ୍ତା ଆସେ । ପୂରା ଶରୀରରେ ଅମ୍ଳଜାନ ପ୍ରବାହ ଭଲ ଭାବେ ହୁଏ।

    -ଦୃଷ୍ଟିଶକ୍ତି ପ୍ରଖର ହୁଏ । କାନ ସମସ୍ୟା ଥିଲେ ଦୂର ହୁଏ ଏବଂ ରକ୍ତସଞ୍ଚାଳନ ଉତ୍ତମ ରୂପେ ହୁଏ।

    -କୋଷ୍ଠ କାଠିନ୍ୟ ସମସ୍ୟା, ଏସିଡିଟି, ବଦହଜମି, ଆଲର୍ଜି ସମସ୍ୟା, ଶ୍ୱାସ ରୋଗ ଏବଂ ସବୁଠୁ ବିରକ୍ତକର ଶୋଇବା ସମୟରେ ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ ଧୀରେ ଧୀରେ ବନ୍ଦ ହୁଏ।

    – ଏହା ଫୁସଫୁସର କାର୍ଯ୍ୟକ୍ଷମତା ବୃଦ୍ଧି କରେ । ଯଦ୍ବାରା ଶରୀରରେ ଅଧିକ ଅମ୍ଳଜାନ ପହଞ୍ଚିପାରେ ଏବଂ କାର୍ବନ ଡାଇଅକ୍ସାଇଡ୍ ଭଲ ଭାବରେ ବାହାରକୁ ଆସିପାରେ। ଏହା ଆସ୍ଥମା ଏବଂ ବ୍ରୋଙ୍କାଇଟିସ୍ ଭଳି ଶ୍ୱାସକ୍ରିୟା ସମସ୍ୟା ପାଇଁ ମଧ୍ୟ ଲାଭଦାୟକ ହୋଇପାରେ।

    – ଏହି ପ୍ରାଣାୟାମ ସ୍ନାୟୁତନ୍ତ୍ରକୁ ଶାନ୍ତ କରେ, ଯାହା ଫଳରେ ଚାପ, ଚିନ୍ତା ଏବଂ ଅବସାଦର ଲକ୍ଷଣ ହ୍ରାସ ପାଏ।

    – ଅନୁଲୋମ ଭିଲୋମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହାର୍ଟରେ ରକ୍ତ ପ୍ରବାହକୁ ଉନ୍ନତ କରେ। ଏହା ରକ୍ତକୁ ଶୁଦ୍ଧ କରିବାରେ ଏବଂ ଅମ୍ଳଜାନ ସ୍ତର ବୃଦ୍ଧି କରିବାରେ ସହାୟକ ହୁଏ, ଯାହା ହୃଦରୋଗର ଆଶଙ୍କାକୁ ହ୍ରାସ କରିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ