Monday, March 23, 2026
20.4 C
Odisha

    ଚାଲାଣ ବେଳେ ଜଣେ ଶିଶୁ ଓ ୬ ଦାଦନ ଶ୍ରମିକ ଉଦ୍ଧାର

    ଆଗକୁ ପଢନ୍ତୁ

    ପାଟଣାଗଡ଼ : ଦାଦନ ଶ୍ରମିକ ଉଦ୍ଧାର, ଜେଲ ଗଲେ ଦଲାଲ । ବନ୍ଦ ହେଉନି ରାଜ୍ୟରୁ ଦାଦନ ଚାଲାଣ । ଆଜି ବେଆଇନ ଚାଲାଣ ବେଳେ ଜଣେ ଶିଶୁ ଓ ୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପାଟଣାଗଡ଼ ଥାନା ପୋଲିସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପହଞ୍ଚିଥିଲା ପାଟଣାଗଡ଼ ପୋଲିସ । ବାଞ୍ଜିଝାଲ ଛକ ନିକଟରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା । ଘଟଣାରେ ଦୁଇ ଜଣ ଦାଦନ ଦଲାଲଙ୍କୁ ଗିରଫ କରାଯାଇଛି । ନିଲଜିବାହାଲ ଗାଁ ର ଦାଦନ ସର୍ଦାର ଗୋପାଳ ବରିହା ଓ ଡୁମେରପଦର ଗାଁ ର ବୀରେନ୍ଦ୍ର ବରିହା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ । ସମସ୍ତ ଦାଦନ ଶ୍ରମିକ ଡୁମେରପଦର ଗାଁର । ସେମାନଙ୍କୁ ନିଜ ଘରକୁ ପଠାଇ ଦିଆ ଯାଇଥିବା କହିଛନ୍ତି ପାଟଣାଗଡ଼ ଥାନା ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ