Saturday, May 9, 2026
38.5 C
Odisha

    ବିହାର ବିଧାନସଭା ନିର୍ବାଚନ: ନଭେମ୍ବର ୬ ଏବଂ ୧୧ରେ ହେବ ଭୋଟିଂ, ୧୪ରେ ଫଳାଫଳ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ । ଆସନ୍ତା ନଭେମ୍ବର ୬ ଏବଂ ୧୧ରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟିଂ । ୧୪ ରେ ହେବ ଭୋଟ ଗଣତି । ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ବିହାରର ୨୪୩ ସିଟ୍ ପାଇଁ ନିର୍ବାଚନ ହେବ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି ।

    ବିହାରରେ ପୋଲିଂ ବୁଥକୁ ମୋବାଇଲ ମନା କରାଯାଇଥିବା ବେଳେ ବାହାରେ ରଖିବା ବ୍ୟବସ୍ଥା କରାଯାଇଛି । ବିହାରରେ ମତଦାନ କରିବେ ୭ କୋଟି ୪୨ ଲକ୍ଷ ଭୋଟର । ପ୍ରଥମ ଥର ପାଇଁ ଭୋଟ ଦେବେ ୧୪ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ। ନିର୍ବାଚନ ପାଇଁ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ହୋଇଛି। ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ।

    ପ୍ରଥମ ଥର ପାଇଁ ବିହାରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦୨୦ ରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ୨୦୧୫ ରେ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.5 ° C
    38.5 °
    38.5 °
    21 %
    4.1kmh
    18 %
    Sat
    33 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ