ନୂଆଦିଲ୍ଲୀ : ସମ୍ବିଧାନ ବିଶେଷଜ୍ଞ ତଥା ପଦ୍ମ ଭୂଷଣ ଡା. ସୁଭାଷ ସି କଶ୍ୟପଙ୍କ ପରଲୋକ । ୯୭ ବର୍ଷ ବୟସରେ ଶେଷ ନିଶ୍ବାସ ନେଇେଛନ୍ତି । ଖବର ମୁତାବକ, ସୁଭାଷ କଶ୍ୟପଙ୍କ ମୃତ୍ୟୁ କାର୍ଡିଓ-ପଲ୍ମୋନାରୀ କାରଣ ଯୋଗୁଁ ହୋଇଛି । ଡା. ସୁଭାଷ କଶ୍ୟପ ଜଣେ ଜଣାଶୁଣା ସମ୍ବିଧାନିକ ବିଶେଷଜ୍ଞ, ରାଜନୀତିଜ୍ଞ ଏବଂ ସଂସଦୀୟ ମାମଲାର ବିଶେଷଜ୍ଞ ଥିଲେ ।
ସୁଭାଷ କଶ୍ୟପଙ୍କ ଜନ୍ମ ୧୦ ମଇ ୧୯୨୯ରେ ହୋଇଥିଲା । ଭାରତୀୟ ସଂସଦ ସହିତ ଜଡିତ ଅନେକ ଦାୟିତ୍ବ ସମ୍ଭାଳିଥିଲେ । ୧୯୮୪ରୁ ୧୯୯୦ ଯାଏ ୭ମ, ୮ମ, ୯ମ ଲୋକସଭାର ମହାସଚିବ ରହିଥିଲେ । ୧୯୫୩ରେ ସଂସଦ ସଚିବାଳୟରେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଦୀର୍ଘ ୩୭ ବର୍ଷ ଯାଏଁ ସଂସଦ ସହିତ ଜଡ଼ିତ ଥିଲେ । ଭାରତୀୟ ସମ୍ବିଧାନ, ସଂସଦୀୟ ପ୍ରକ୍ରିୟା ଏବଂ ସାମ୍ବିଧାନିକ ଆଇନର ପ୍ରମୁଖ ଥିଲେ । ସେ ଜେନଭା ସ୍ଥିତ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ପାର୍ଲିୟାମେଣ୍ଟ୍ରି ଡକ୍ୟୁମେଣ୍ଟସନର ନେତ୍ତ୍ବ କରିଥିଲେ ।
ସୁଭାଷ କଶ୍ୟପ ଭାରତ ସରକାରଙ୍କ ପାଇଁ ପଞ୍ଚାୟତ ରାଜ ଆଇନ ଏବଂ ସଂସ୍ଥାର ପରାମର୍ଶଦାତା ଥିଲେ । ଏହାସହିତ ସମ୍ବିଧାନ କାର୍ଯ୍ୟପ୍ରଣାଳୀର ସମୀକ୍ଷା ପାଇଁ ଗଠିତ ରାଷ୍ଟ୍ରୀୟ ଆୟୋଗର ସଦସ୍ୟ ଏବଂ ଡ୍ରାଫିଂ ଆଣ୍ଡ ଏଡିଟରିଆଲ କମିଟର ଅଧ୍ୟକ୍ଷ ଥିଲେ । ସାର୍ବଜନୀନ ମାମଲାରେ ସୁଭାଷ କଶ୍ୟପଙ୍କ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୧୫ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ । ସେ ଦୀର୍ଘଦିନରୁ ଭାରତୀୟ ରାଷ୍ଟ୍ରୀୟ ବାର୍ ଆସୋସିଏସନର ଅଧ୍ୟକ୍ଷ ରହିଥିଲେ ।
