Thursday, June 4, 2026
36.9 C
Odisha

    ନଦୀରେ ଗାଧୋଇବା ବେଳେ ଆକ୍ରମଣ କଲା କୁମ୍ଭୀର, ସାହସର ସହ ଲଢି ଜୀବନ ବଞ୍ଚାଇଲେ କ୍ଷମାନିଧି ଦାସ

    ଆଗକୁ ପଢନ୍ତୁ

    ରାଜନଗର  : ନଦୀରେ ଗାଧୋଇବା ବେଳେ ଆକ୍ରମଣ କଲା କୁମ୍ଭୀର । କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ବନବିଭଗ ପକ୍ଷରୁ ନିର୍ମାଣ ବ୍ରାହ୍ମଣୀ ନଦୀରେ ହୋଇଥିବା ଗାଧୁଆ ତୁଠରେ କ୍ଷମାନିଧି ଗାଧୋଉଥିବା ବେଳେ ୨୫ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିଲା । ସାହସର ସହ ଲଢିଥିଲେ କ୍ଷମାନିଧି । ତାଙ୍କୁ ସହଯୋଗ କରିଥିଲେ ନିକଟରେ ଗାଧୋଉଥିବା ଲୋକମାନେ । ସେମାନେ ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ ଛାଡି ପଳାଇଥିଲା । ତେବେ କୁମ୍ଭୀର ଆକ୍ରମଣରେ ଆହତ କ୍ଷମାନିଧିଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦୁଇ ଗୋଡ଼ରେ ପ୍ରାୟ ୫୦ଟି କ୍ଷତ ହୋଇଛି । ଦୀର୍ଘ ୧୫ ମିନିଟ କାଳ କୁମ୍ଭୀର ସହ କ୍ଷମାନିଧି ଓ ଗ୍ରାମବାସୀଙ୍କ ଲଢେଇ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    36.9 ° C
    36.9 °
    36.9 °
    31 %
    3.3kmh
    69 %
    Thu
    34 °
    Fri
    41 °
    Sat
    41 °
    Sun
    42 °
    Mon
    43 °

    ସମ୍ବନ୍ଧିତ