Monday, May 11, 2026
36.2 C
Odisha

    ଚାଲିଛି ରଥନିର୍ମାଣ କାମ, କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି ତିନିରଥ ମହାରଣା ସେବକ

    ଆଗକୁ ପଢନ୍ତୁ

    ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ସହ ତିନି ରଥର ଯୋଜା ଓ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳାରେ ରଖି ଚକ ଗୁଡ଼ିକୁ ଅଖାରେ ବାନ୍ଧି ଚାଞ୍ଚ ଢାଙ୍କି ସାଇତିଛନ୍ତି । ତିନିରଥର ଭୂଇଁ ନିର୍ମାଣରେ ଆବଶ୍ୟକ ଅଂଶ ଗୁଡ଼ିକ ପ୍ରସ୍ତୁତ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ଯୋଗାଇଥିବା ଖାମ୍ବୀ ଏବଂ ନିରାଡି ନିର୍ମାଣ ପାଇଁ ପ୍ରଥମ ଦଫାରେ ୪ ଟି ଲେଖାଏଁ ଆବଶ୍ୟକ ୨୦ ଫୁଟିଆ ଧଉରା,ଅସନ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ।

    ତିନିରଥ ମହାରଣା ସେବକ ମାନେ ଉକ୍ତ କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ ଦ୍ୱିତୀୟ ପର୍ଯ୍ୟାୟରେ ରଥ ଅମୀନ ତିନିରଥର ଯୋକା ଏବଂ ମୁହାଁଟ ନିର୍ମାଣ ପାଇଁ ଯୋଗାଇଥିବା ଧଉରା କାଠ ତିନିରଥର ମହାରଣା ସେବକ ମାନେ ଚଉପଟ ପୂର୍ବକ ୪ ଗୋଟି ଲେଖାଏଁ ମୁହାଁଟ ଏବଂ ୧୬ ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି । ତାଳଧ୍ଵଜ ରଥର ବର୍ତମାନ ସୁଦ୍ଧା ୫ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।..

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.2 ° C
    36.2 °
    36.2 °
    25 %
    3kmh
    27 %
    Mon
    35 °
    Tue
    39 °
    Wed
    42 °
    Thu
    44 °
    Fri
    43 °

    ସମ୍ବନ୍ଧିତ