ନୀଳଗିରି : ସ୍କୁଟି ଘରେ ଫାଇନ୍… ରାଜସ୍ଥାନରେ । ଚିନ୍ତାରେ ଅବସରପ୍ରାପ୍ତ ଶିକ୍ଷକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଏନ୍ଏସି ୭ ନଂ ୱାର୍ଡ଼ ର ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ବାରିକ । ଶିକ୍ଷକ ଜଣଙ୍କ ଓଡି ୦୧ଏଚ ୯୮୫୦ ସ୍କୁଟି ବ୍ୟବହାର କରନ୍ତି । ଟ୍ରାଫିକ ନିୟମ ଉଲଘଂନ କରିବା ଅଭିଯୋଗରେ ରାଜସ୍ଥାନ ସବାଇମାଧପୁର ଜିଲ୍ଳା ର ଏସପି ନୋଟିସ କରିବା ସହିତ ଦୁଇ ହଜାର ଟଙ୍କା ଜରିମାନା କରିଛନ୍ତି । ଏହାକୁ ନେଇ ସମ୍ପୃକ୍ତ ଶିକ୍ଷକ ଚିନ୍ତାରେ ପଡ଼ିଯାଇଛନ୍ତି । ସ୍କୁଟି ନମ୍ବର କିଏ ଓ କାହିଁକି ବ୍ୟବହାର କଲା ତାହା ତଦନ୍ତ ଦାବି କରିଛନ୍ତି ।
ସେପଟେ ଟ୍ରକରେ ମରାଯାଇଥିବା ନମ୍ବର ସ୍କୁଟି ନମ୍ବର ସହ ସମାନ ହୋଇଥିବା ବେଳେ ଟ୍ରକ୍ ରେ ହଳଦିଆ ନମ୍ବର ପ୍ଲେଟ୍ । ସେପଟେ କିଏ ଏଭଳି ନୋଟିସ ପଠାଇ ଠକେଇ କରିବା ଯୋଜନା ରଖି ଥାଇପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏଥି ପ୍ରତି ପରିବହନ ବିଭାଗ ଦୃଷ୍ଟି ଦେବାକୁ ଦାବିକରିଛନ୍ତି ଶିକ୍ଷକ ।
