Sunday, April 12, 2026
39.2 C
Odisha

    ଚାଷୀଙ୍କ ପାଇଁ ଖୁସି ଖବର: ଆଜି ଆସିବ ପିଏମ୍ କିଷାନ କିସ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଆଜି ପ୍ରଧାନମନ୍ତ୍ରୀ ମୋଦୀ ପଠାଇବେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଟଙ୍କା । ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର ୫୦୦ କୋଟି ଟଙ୍କା । ତେବେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୦ତମ କିସ୍ତିର ଟଙ୍କା ଆଜି ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ । ଏହି କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ । କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଫେବୃଆରୀ ୨୪, ୨୦୨୫ ରେ ତାଙ୍କ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ଜାରି କରିଥିଲେ । ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    8 %
    4kmh
    0 %
    Sun
    38 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ