Saturday, November 15, 2025
13.7 C
Odisha

    ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଲଘୁଚାପ ବର୍ଷା, ଭାସିଗଲେ ୧୦୦ରୁ ଉର୍ଦ୍ଧ୍ବ ଛେଳି

    ଆଗକୁ ପଢନ୍ତୁ

    ସୋରଡା : ପାର୍ବଣକୁ ଫିକା କଲା ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା । ଏହା ସହିତ ସୋରଡା ଅଞ୍ଚଳକୁ ଲାଗିଥିବା ଋଷିକୁଲ୍ୟା, ଜରାଉ, ପଦ୍ମା ଓ ଅଡାଙ୍ଗି ନଦୀରେ ପ୍ରବଳ ବର୍ଷା ପାଣି ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହା ସହିତ ବନ୍ୟା ପାଣି କିଛି ଛେଳିଙ୍କୁ ବି ଭସାଇ ନେଇଛି । ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ପାର୍ବଣର ମଜା ଫିକା ପଡ଼ିଛି । ଦୁର୍ଗାପୂଜାରେ ଲୋକମାନେ ଘରୁ ବାହାରକୁ ବାହାରି ପାରିଲେନି । ଦିନ ସାରା ବର୍ଷା ସାଙ୍ଗକୁ ବିଜୁଳି କାଟ ଲୋକଙ୍କୁ ବଡ କଷ୍ଟ ଦେଇଛି ।

    ଗତ କାଲି ସନ୍ଧ୍ୟା ସମୟରେ ଦିନ ତମାମ ବର୍ଷା ହେବାରୁ ଋଷିକୁଲ୍ୟା, ଜରାଉ, ପଦ୍ମା ଓ ଅଡାଙ୍ଗି ନଦୀରେ ପ୍ରବଳ ବେଗରେ ବନ୍ୟା ଜଳ ମାଡ଼ି ଆସିଥିଲା । ଅନ୍ୟପଟେ ଅଧିକାଂଶ ସ୍ଥାନରେ ଗଛ ପଡି ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହା ସହିତ ବନ୍ୟା ପାଣି ଆସି ଧାନ କ୍ଷେତରେ ପ୍ରବାହିତ ହୋଇଥିଲା । ବନ୍ୟା ପାଣି ପ୍ରବାହିତ ହୋଇ ଜମିରେ ମାଡିଯାଇଛି ବାଲି । ସନ୍ଧ୍ୟା ସମୟରେ ତାକରଡା ଗାଁର ମହେଶ୍ବର ନାୟକ ଓ ବଳରାମ ଗଉଡ ନଦୀ ପଠାରେ ଛେଳି ଚରାଉଥିବା ସମୟରେ ହଠାତ ବନ୍ୟା ପାଣି ମାଡ଼ି ଆସିଥିଲା ଯାହାଫଳରେ ମହେଶ୍ବର ଓ ବଳରାମ ଛେଳିକୁ ଛାଡି ନିଜ ଜୀବନ ରକ୍ଷା କରିବା ପାଇଁ ଧାଇଁ ଆସିଥିଲେ କିନ୍ତୁ ଛେଳିଗୁଡ଼ିକୁ ରକ୍ଷା କରିପାରିନଥିଲେ । ଯାହା ଫଳରେ ଏକ ଶହ ରୁ ଉର୍ଦ୍ଧ୍ବ ଛେଳି ବନ୍ୟା ପାଣିରେ ଭାସିଗଲେ, ଯାହାକି ଚାଷୀଙ୍କୁ ଦେଇଛି ବଡ ଦୁଃଖ ।

    ଦୁଃଖର ବିଷୟ ଲୋକଙ୍କୁ ଏନେଇ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ । ଦେଖାଯାଉ ପ୍ରଶାସନ ତରଫରୁ ଚାଷୀଙ୍କୁ କଣ କ୍ଷତିପୂରଣ ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.7 ° C
    13.7 °
    13.7 °
    60 %
    1.3kmh
    0 %
    Sat
    25 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ