Friday, April 24, 2026
29.1 C
Odisha

    ଜେଲରୁ ଫେରାର ୨ କଏଦୀଙ୍କ ଫଟୋ ଜାରି, ସୂଚନା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା

    ଆଗକୁ ପଢନ୍ତୁ

    କଟକ : କଟକ ଡିସିପି ଅଫିସ ପକ୍ଷରୁ ଚୌଦ୍ୱାର ସର୍କଲ ଜେଲରୁ ୨ ଫେରାର କଏଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ସମ୍ବନ୍ଧରେ କିଛି ଜାଣିଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ । ସଠିକ୍ ସୂଚନା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କଟକ ଡିସିପି ଅଫିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

    କଟକର ଚୌଦ୍ୱାର ସର୍କଲ ଜେଲରୁ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । କମ୍ୱଳ କାଟି ଦଉଡ଼ି ତିଆରି କରିଥିଲେ ଫେରାର ଦୁଇ କଏଦୀ । ଏହି ଦଉଡି ସାହାଯ୍ୟରେ ପାଚେରି ଡେଇଁ ଦୁଇ କଏଦୀ ଫେରାର ହୋଇଯାଇଥିବା ସୂଚନା ଦେଇଛନ୍ତି ଜେଲ ଡିଜି ସୁଶାନ୍ତ ନାଥ ।

    ଅନ୍ୟପଟେ ଦଶହରା ପାଇଁ ଚୌଦ୍ବାର ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ ଚୌଦ୍ବାର ଜେଲ୍ ର କାନ୍ଥ ଡେଇଁ ଦୁଇ କଏଦୀ ଫେରାର ହୋଇଛନ୍ତି । ଫେରାର ଦୁଇ କଏଦୀ ମଧୁକାନ୍ତ ଓ ରାଜା ସାହାଣୀ । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ମାମଲାରେ ସେମାନେ ସଂପୃକ୍ତ ଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    13 %
    1.7kmh
    84 %
    Thu
    29 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ