Thursday, April 9, 2026
36.2 C
Odisha

    ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖୁବ୍ ଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା। ଏନେଇ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ। ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଥିବା ନେଇ ସେ ସୂଚନା ଦେଇଛନ୍ତି। ମନମୋହନ ସାମଲ ଆହୁରି କହିଛନ୍ତି, କେଉଁଭଳି ଢଙ୍ଗରେ ଏହାକୁ ଉପସ୍ଥାପନ କରାଯିବ ସେନେଇ ମାନସମନ୍ଥନ ଚାଲିଛି। ଏହାସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ। ସିଧାସଳଖ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା। କିନ୍ତୁ ତାହା ସେମାନେ କଲେ ନାହିଁ । ନୂଆ ସରକାର ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବେ। ଏସବୁ ଭିତରେ ଦୀର୍ଘଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ