Saturday, October 10, 2026
27.9 C
Odisha

    ଚୀନରେ ଭୂସ୍ଖଳନ: ୧୬ ଜଣଙ୍କ ମୃତ୍ୟୁ, ୪୯ ଜଣ ଭାରତୀୟଙ୍କ ସମେତ ୫୪୬ ନିଖୋଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ନେପାଳ ପରେ ଚୀନରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ପଡ଼ୋଶୀ ରାଷ୍ଟ୍ର ଚୀନର ଶିଜାଙ୍ଗ ଅଞ୍ଚଳର ସୀମା ନିକଟରେ ଥିବା ଏକ ବନ୍ଦର ଅଞ୍ଚଳରେ ଏହି ଭୟଙ୍କର   ଭୂସ୍ଖଳ‌ନ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରି‌ପୋର୍ଟ କରିଛି। ତେବେ ଭୂସ୍ଖଳ‌ନରେ ୪୯ ଜଣ ଭାରତୀୟ ନାଗରିକଙ୍କ ସମେତ ମୋଟ୍‌ ୫୪୬ ଜଣ ନିଖୋଜ ଥିବା ଜଣାପଡ଼ିଛି।

    ଭୂସ୍ଖଳନ ପରେ ଘଟଣାସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଚୀନ ସରକାରୀ ଗଣମାଧ୍ୟମ ଅନୁଯାୟୀ, ଶନିବାର ସନ୍ଧ୍ୟା ୬ଟାରେ ଶିଜାଙ୍ଗ ନିକଟସ୍ଥ ଏକ ବନ୍ଦରରେ ଭୂସ୍ଖଳନ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଭୂସ୍ଖଳନ ପରଠାରୁ ୨୩ଟି ଦେଶର ମୋଟ ୨୬୧ ଜଣ ବିଦେଶୀ ନାଗରିକଙ୍କ ସହିତ ଯୋଗାଯୋଗ କରାଯାଇ ପାରିନାହିଁ। ସେମାନଙ୍କ ମଧ୍ୟରୁ ନେପାଳର ସର୍ବାଧିକ ୧୦୪ ଜଣ ନାଗରିକ ଅଛନ୍ତି। ଏହା ସହିତ ୪୯ ଜଣ ଭାରତୀୟ, ୩୩ ଜଣ ଲାଟଭିଆନ୍, ୧୮ ଜଣ ଆମେରିକୀୟ ଏବଂ ୧୫ ଜଣ ବ୍ରିଟିଶ ନାଗରିକ ନିଖୋଜ ଥିବା ଜଣାପଡ଼ିଛି। କାନାଡା ଏବଂ ଅଷ୍ଟ୍ରେଲିଆର ୬ ଜଣ ଲେଖାଏଁ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ମାଲେସିଆ, ଜର୍ମାନୀ ଏବଂ ରୁଷର ତିନି ଜଣ ଲେଖାଏଁ ଏବଂ ଦକ୍ଷିଣ ଆଫ୍ରିକାର ୪ ଜଣ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ଆୟରଲ୍ୟାଣ୍ଡ ଏବଂ ଏଷ୍ଟୋନିଆର ଦୁଇ ଜଣ ଲେଖାଏଁ ନାଗରିକଙ୍କ ବିଷୟରେ ମଧ୍ୟ କୌଣସି ସୂଚନା ଜଣାପଡ଼ିନାହିଁ। ଏହା ସହିତ ଫ୍ରାନ୍ସ, ନେଦରଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନ୍ୟାନ୍ୟ ଦେଶର ନାଗରିକ ମଧ୍ୟ ନିଖୋଜ ତାଲିକାରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ