Saturday, October 31, 2026
21.5 C
Odisha

    ବ୍ୟାପୁଛି ସ୍କ୍ରବ ଟାଇଫସ, ବର୍ତ୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ଚିହ୍ନଟ

    ଆଗକୁ ପଢନ୍ତୁ

    ତାଳଚେର: ଅନୁଗୋଳ ଜିଲ୍ଲା ପାଳଲହଡା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍ ଆତଙ୍କ । ବର୍ତ୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୟଭୀତ ଗ୍ରାମବାସୀ । ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ସାନବାଗଦରୀ ଗାଁ ରେ ସ୍କ୍ରବ ଟାଇଫସ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଧୀରେ ଧୀରେ ସ୍କ୍ରବ ଟାଇଫସ ବ୍ୟାପିବାରେ ଲାଗିଛି । ହାତଗୋଡ ଘୋଳାବିନ୍ଧା ସହ ମୁଣ୍ଡବ୍ୟଥା ଓ ଜ୍ୱର ଅନୁଭବ କରୁଛନ୍ତି ଆକ୍ରାନ୍ତ । ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

    ଅନ୍ୟପଟେ ଡାକ୍ତରୀ ଟିମ ଗାଁକୁ ଯାଇ ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛନ୍ତି । ସିଡିଏମ୍ ଓ କହିଛନ୍ତି ଏକ ପ୍ରକାର କ୍ଷୁଦ୍ର କୀଟ ବା ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏଥିରେ ଆକ୍ରାନ୍ତ ହେଲେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦିଏ । ତେବେ ଠିକ୍ ସମୟରେ ଡକ୍ସିସାଇକ୍ଲିନ୍ ବା ଆଜିଥ୍ରୋମାଇସିନ୍ ବ୍ୟବହାର କଲେ ଏହା ସହଜରେ ଭଲ ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    98 %
    1.1kmh
    32 %
    Sat
    28 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ