Saturday, March 21, 2026
27.7 C
Odisha

    ଚୀନର ଆକାଶ ସୀମାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ଦିଲ୍ଲୀରେ କଲା ଲ୍ୟାଣ୍ଡିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ AI ୧୮୫ ଭୁଲ ବିମାନ ପଠାଇଦେଲା । ତେଣୁ ଏୟାର ଇଣ୍ଡିଆର ବିମାନ ଚୀନର ମଝି ଆକାଶରେ ୮ ଘଣ୍ଟା ଧରି ବୁଲିବା ପରେ ୟୁ ଟର୍ଣ୍ଣ କରି ଦିଲ୍ଲୀ ଫେରିଥିଲା  ।

    ସୂଚନାନୁଯାୟୀ, ବିମାନ ଦିଲ୍ଲୀରୁ ଉଡ଼ାଣ ଭରିଥିଲା । କିନ୍ତୁ ଚୀନର ମଝି ଆକାଶରେ ପ୍ରାୟ ୮ ଘଣ୍ଟା ଧରି ଘୂରି ବୁଲିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଚୀନର କୁଜିଂ ଦେଇ ଆକାଶରେ ଘୂରି ବୁଲିବା ପରେ ପୁଣି ଦିଲ୍ଲୀ ଫେରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ । ବିମାନ ଫେରି ଆସିବା ପରେ ଦିଲ୍ଲୀ ବିମାନବନ୍ଦରରେ ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ହୋଟେଲରେ ସେମାନଙ୍କୁ ରଖିବାର ବ୍ୟବସ୍ଥା କରିଥିଲେ । ହଠାତ୍ ବିମାନର ପରିବର୍ତ୍ତନ ଯାତ୍ରୀମାନଙ୍କୁ ଚିନ୍ତାରେ ପକାଇଥିଲା । କିନ୍ତୁ ଟେକ୍ନିକାଲ ଯାଞ୍ଚ ଏବଂ ସୁରକ୍ଷା ପ୍ରୋଟୋକଲ୍ କାରଣରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିଲା ।

    ଏଥିସହ ବିମାନ କମ୍ପାନୀ କହିଛି ଯେ, ସାଧାରଣତଃ ଏହି ରୁଟରେ ବୋଇଂ୭୭୭-୩୩୭ର ବିମାନ ବ୍ୟବହାର କରାଯାଇଥିଲା । କିନ୍ତୁ ଏହି ଦିନ ବୋଇଂ ୭୭୭-୨୩୨ ବିମାନ ଭାନକୁଭରକୁ ଉଡ଼ାଣ କରିଥିଲେ । ଯାତ୍ରୀଙ୍କ ଅସୁବିଧା ପାଇଁ କମ୍ପାନୀ କ୍ଷମା ପ୍ରାର୍ଥନା କରିବା ସହ କର୍ମଚାରୀ ଟିମକୁ ସୁରକ୍ଷିତ ଭାବେ ଅବତରଣ କରିଥିବା ସ୍ପଷ୍ଟ କରିଛି କମ୍ପାନୀ ।

    ଅନ୍ୟପଟେ ଏୟାର ଇଣ୍ଡିଆର ସରକାରୀ ବିବୃତ୍ତି ଅନୁଯାୟୀ, ପରିଚାଳନା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବା ପରେ ସମସ୍ତ ଯାତ୍ରୀଙ୍କୁ ଗତକାଲି ସକାଳେ ଅନ୍ୟ ଏକ ବିମାନରେ ସେମାନଙ୍କର ଗନ୍ତବ୍ୟସ୍ଥଳ ଭାନକୁଭରକୁ ପଠାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା କମ୍ପାନୀ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ପରିଚାଳନା ସମସ୍ୟାର ସଠିକ୍ ବିବରଣୀ କମ୍ପାନୀ ଦେଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ