Thursday, March 6, 2025
22.5 C
Odisha

    ଚୀନର ଯୁଦ୍ଧ ଧମକକୁ ହାଲୁକାରେ ନେଲା ଆମେରିକା: କହିଲା ଆମେ ପ୍ରସ୍ତୁତ

    ଆଗକୁ ପଢନ୍ତୁ

    ବେଜିଂ: ଚୀନ୍ ଉପରେ ଆମେରିକା ଟାରିଫ୍ ଲଗାଇବା ପରେ ଚିହିଁକି ଉଠିଛି ଚୀନ୍ । ଏକ ପ୍ରକାର ଟାରିଫ୍ ୱାରର ଧମକ ଦେଇଛି ଚୀନ୍ । ଯାହାର ପ୍ରତିକ୍ରିୟାରେ ଆମେରିକା କହିଛି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ବିବୃତିରେ କହିଛନ୍ତି, ଆମେରିକା ଚୀନ୍ ସହିତ ଶୁଳ୍କ ଏବଂ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାଙ୍କର ଏହି ବୟାନ ଦୁଇ ଦେଶ ମଧ୍ୟରେ କିଛି ଦିନ ଧରି ଚାଲିଥିବା ବାଣିଜ୍ୟିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।ହେଗସେଥ୍ ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁମାନେ ଶାନ୍ତି ଚାହାଁନ୍ତି ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ବାଣିଜ୍ୟ ବିବାଦ ମଧ୍ୟରେ ଏହି ବିବୃତି ଆସିଛି । ଯେଉଁଠାରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଟାରିଫ୍ ଧମକ ଏବଂ ବାଣିଜ୍ୟ ପ୍ରତିବନ୍ଧକକୁ ନେଇ ବିବାଦ ଜାରି ରହିଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ହେଗସେଥ୍ କହିଛନ୍ତି, ଆମେରିକା ଶାନ୍ତି ଏବଂ ସହଯୋଗ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛି, କିନ୍ତୁ ଆବଶ୍ୟକ ହେଲେ, ଆମେରିକା ତା’ର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ରହିବ ।

    ଟ୍ରମ୍ପ ପ୍ରଶାସନ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେବା ପରେ ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ବିବାଦ ଆହୁରି ତୀବ୍ର ହୋଇଥିଲା । ଏହାର ଜବାବରେ, ଚୀନ୍ ମଧ୍ୟ ଆମେରିକାରୁ ରପ୍ତାନି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଥିଲା, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିବାଦକୁ ଆହୁରି ତୀବ୍ର କରିଛି ।

    ଫେଣ୍ଟାନିଲ୍ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଉପରେ ଆମେରିକାରେ ଚୀନ୍ ଦୂତାବାସ ପ୍ରତିକ୍ରିୟା ପ୍ରକାଶ କରିଥିଲା । ଚୀନ୍ ଦୂତାବାସ ଟ୍ୱିଟରରେ ପୋଷ୍ଟ କରି ଜୋର ଦେଇଛି ଯେ, ଏହି ସମସ୍ୟାର ସମାଧାନ ପାଇଁ ଆମେରିକା ଚୀନ୍ ସହିତ ଆଲୋଚନା କରିବା ଉଚିତ । “ଯଦି ଆମେରିକା ପ୍ରକୃତରେ ଫେଣ୍ଟାନିଲ୍ ସମସ୍ୟାର ସମାଧାନ କରିବାକୁ ଚାହୁଁଛି, ତେବେ ଠିକ୍ କାମ ହେଉଛି ପରସ୍ପରକୁ ସମାନ ଭାବରେ ବ୍ୟବହାର କରି ଚୀନ୍ ସହିତ ଆଲୋଚନା କରିବା । ଯଦି ଆମେରିକା ଯୁଦ୍ଧ ଚାହୁଁଛି, ସେ ଟାରିଫ୍ ଯୁଦ୍ଧ ହେଉ, ବ୍ୟବସାୟୀକ ଯୁଦ୍ଧ ହେଉ ଅବା ଅନ୍ୟ କୌଣସି ପ୍ରକାରର ଯୁଦ୍ଧ ହେଉ । ଆମେ ସବୁ ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    10 %
    2kmh
    5 %
    Thu
    25 °
    Fri
    34 °
    Sat
    37 °
    Sun
    38 °
    Mon
    39 °

    ସମ୍ବନ୍ଧିତ