Thursday, September 19, 2024
25.2 C
Odisha

    ଚୀନ ଆକାଶରେ ଏକସଙ୍ଗେ ଦୃଶ୍ୟମାନ ହେଲା ୭ଟି ସୂର୍ଯ୍ୟ!

    ଆଗକୁ ପଢନ୍ତୁ

    ଅନେକ ସମୟରେ ଆକାଶରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଇନ୍ଦ୍ରଧନୁର ସାତଟି ରଙ୍ଗ ଆକାଶରେ ଦେଖିବାକୁ ମିଳିଥାଏ । ସେହିପରି ଅନେକ ସମୟରେ ଚନ୍ଦ୍ରର ରଙ୍ଗ ମଧ୍ୟ କିଛି ସମୟ ପାଇଁ ପରିବର୍ତ୍ତନ ହେଉଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏହା ସହ ଜଡ଼ିତ ଏକ ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆକାଶରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକସଙ୍ଗେ ୭ଟି ସୂର୍ଯ୍ୟ ଦେଖିବାକୁ ମିଳିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
    https://x.com/sunsong0909/status/1825752375816237249?t=PiANkNNwE_drVnUy8eg2Gg&s=19

    ଖବର ମୁତାବକ, ଚୀନ ଆକାଶରେ ଦେଖିବାକୁ ମିଳିଛି ଏଭଳି ଏକ ଅବିଶ୍ୱସନୀୟ ଦୃଶ୍ୟ । ଚୀନର ଚେଙ୍ଗଡୁ ସହରର ଆକାଶରେ ଏକସଙ୍ଗେ ୭ଟି ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଥିଲା । ଏହି ଅଦ୍ଭୂତ ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡ଼ିଆର ଘୂରୁ ବୁଲୁଛି । ଭିଡିଓକୁ ଦେଖିବା ପରେ ଯେ କେହି ବି ଚକିତ ହୋଇଯାଇଛି । ଶତାବ୍ଦୀ ଶତାବ୍ଦୀ ଧରି ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଲୋକମାନେ କେବଳ ଗୋଟିଏ ସୂର୍ଯ୍ୟଙ୍କୁ ଦେଖି ଆସୁଥିବା ବେଳେ ଏକସଙ୍ଗେ ୭ଟି ସୂର୍ଯ୍ୟଙ୍କୁ ଦେଖିବା ପରେ ସଭିଙ୍କ ମନରେ ଏବେ ଉଠୁଛି ଅନେକ ପ୍ରଶ୍ନ ।

    ଭିଡିଓଟି ଅଗଷ୍ଟ ୧୮ ତାରିଖର ବୋଲି କୁହାଯାଉଛି । ଚେଙ୍ଗଡୁ ସହରର ଏକ ହସ୍ପିଟାଲର ଖିଡ଼କୀରୁ ଜଣେ ମହିଳା ଏହି ଭିଡିଓକୁ ଶୁଟ୍ କରିଥିଲେ । ଏହି ଦୃଶ୍ୟକୁ ଦେଖି କିଛି ଲୋକ ପୌରାଣିକ କଥା କହୁଥିବା ବେଳେ ଆଉ କେହି ବିଜ୍ଞାନ କଥା କହିଛନ୍ତି । ଆକାଶରେ ୭ଟି ସୂର୍ଯ୍ୟଙ୍କୁ ପାଖାପାଖି ୧ ମିନିଟ୍ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଗୋଟିଏ ସୂର୍ଯ୍ୟ ବାଦଲ ପଛରେ ରହିଥିବା ଦେଖାଯାଇଥିବା ବେଳେ ଅନ୍ୟ ୬ଟି ଅଲଗା ଅଲଗା ଚମକୁଥିଲେ । ତେବେ ପ୍ରକୃତରେ ଏହି ଦୃଶ୍ୟ ପଛରେ ସାଇନ୍ସ ରହିଛି । ଏକସଙ୍ଗେ ୭ଟି ସୂର୍ଯ୍ୟ ଦେଖାଯିବା ପଛର ସବୁଠାରୁ ବଡ଼ କାରଣ ହେଉଛି ଲାଇଟ ରିଫ୍ରେକ୍ସନରେ ଅପ୍ଲିକଲ ଇଲୁଜନ । ଲାଇଟ ରିଫ୍ଲେକ୍ସନ ଲେୟର୍ଡ ଗ୍ଲାସ ଦ୍ୱାରା ଏପରି ହୋଇଥିଲା । ଖିଡ଼କୀର କାଚର ପ୍ରତ୍ୟେକ ପରତରେ ଏକ ଅଲଗା ସୂର୍ଯ୍ୟର ଇମେଜ ତିଆରି ହୋଇଥିଲା ଓ ପ୍ରକାଶର ଅପବର୍ତ୍ତନ ଦ୍ୱାରା ୭ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା । ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ, ଏହା ଏକ ସାମାନ୍ୟ ଅପ୍ଲିକାଲ ଭ୍ରମ ଛଡ଼ା ଆଉ କିଛି ନୁହେଁ । ଏହି ଦୃଶ୍ୟକୁ ଦେଖିବା ପରେ ୟୁଜର୍ସ ନାନା କମେଣ୍ଟ ଦେଉଥିବା ଦେଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ