Friday, October 16, 2026
28.4 C
Odisha

    ଆଳୁ-ପିଆଜ ଦର ୫୦ ଉପରେ,‘ସୁଭଦ୍ରା’ରେ ୨୭ ଟଙ୍କା ଦେଇ ମହିଳାଙ୍କ ଦୁଃଖ ଦୂର କରିବେ ସରକାର : ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଅସଲ ରୂପ ଦେଖାଇବା ଆରମ୍ଭ କରିଛି। ନିର୍ବାଚନୀ ଇସ୍ତାହାରରେ ଗୋଟିଏ କଥା ଆଉ ସରକାରକୁ ଆସିବା ପରେ ଏବେ ଅନ୍ୟ ଗୋଟିଏ କଥା କହୁଛି। ପୂର୍ବରୁ ଭତ୍ତାଧାରୀଙ୍କୁ ପ୍ରତାରଣା କରିଥିବା ବେଳେ ଏବେ ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ମଧ୍ୟ ପ୍ରତାରଣା କରିଛି ବିଜେପି। ଯାହାକୁ ନେଇ ଶଙ୍ଖଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଲତା ଦେଓ କହିଛନ୍ତି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି ଓ ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁ କ୍ରିୟାରେ ପରିଣତ ହୋଇଛି। ରାଜ୍ୟର ଭତ୍ତାଧାରୀ ମାନଙ୍କ ଭତ୍ତାକୁ ୩୦୦୦ ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଓ ୮୦ ପ୍ରତିଶତରୁ ଉର୍ଦ୍ଧ ବିକଳାଙ୍ଗଙ୍କ ଭତ୍ତା ବୃଦ୍ଧି କରିଥିଲେ ହେଁ ରାଜ୍ୟର ପ୍ରାୟ ନବେ ପ୍ରତିଶତ ଭତ୍ତାଧାରୀ ମାନେ ଏହି ସୁଵିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି, ବିଜେପି ତରଫରୁ କୁହାଯାଇଥିଲା। ଏହି ଯୋଜନାର ହିତାଧିକାରୀ ମାନେ, ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଅର୍ଥାତ ମାସିକ ପ୍ରାୟ ୨୧୦୦ ଟଙ୍କା ପାଇବେ ବୋଲି କୁହାଯାଇଥିଲା। କିନ୍ତୁ, ଆଜି ପ୍ରକାଶିତ ହୋଇଥିବା ଏସଓପିରେ ସ୍ପଷ୍ଟ ହୋଇଛି ଯେ, ଦୁଇ ବର୍ଷରେ ନୁହେଁ ବରଂ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ମିଳିବ ଯାହାର ଅର୍ଥ ହେଉଛି ମାସକୁ ୨୧୦୦ ଟଙ୍କା ନୁହେଁ ବରଂ ମାତ୍ର ୮୩୩ ଟଙ୍କା ମିଳିବ ବା ଦିନକୁ ମାତ୍ର ୨୭ଟଙ୍କା ମିଳିବ।

    ବିଜେପି ଶାସିତ ରାଜ୍ୟରେ ଯେଉଁଠି ଆଳୁ ଦର ଚାଳିଶ ଉପରେ ଓ ପିଆଜ ଦର ୫୫ ଟଙ୍କା ରହିଛି, ସେହି ସମୟରେ ମାତ୍ର ୨୭ ଟଙ୍କା ପ୍ରଦାନ ରାଜ୍ୟର ମହିଳାଙ୍କ ଦୁଃଖ ଦୂର କରିବାରେ କେତେଦୂର ସହାୟକ ହେବ ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଥିଲେ। ପ୍ରାୟ ରାଜ୍ୟର ଭତ୍ତାଧାରୀଙ୍କ ପରି ମହିଳା ମାନେ ମଧ୍ୟ ବିଜେପିର ପ୍ରଵଞ୍ଚନାର ଶିକାର ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ