Tuesday, April 7, 2026
26.1 C
Odisha

    ଚୀନ-ଆମେରିକା ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି

    ଆଗକୁ ପଢନ୍ତୁ

    ଓ୍ବାସିଂଟନ : ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ଆମେରିକାର ନୂତନ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । କିନ୍ତୁ ଏହି ସମୟରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଏପରିକି ଚୀନ ବିଦେଶମନ୍ତ୍ରୀ ନିଜର ଆମେରିକୀୟ ପ୍ରତିପକ୍ଷଙ୍କୁ ଧମକ ଦେଇଥିବା ନିଜ ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଥିବା କୁହାଯାଉଛି ।

    ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ ୱାଙ୍ଗ୍ ୟି ରୁବିଓଙ୍କୁ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣ ସେହି ଅନୁଯାୟୀ କାର୍ଯ୍ୟ କରିବେ, ଯେଉଁଥିରେ ସେ ଏକ ଚାଇନିଜ୍ ଶବ୍ଦ ବ୍ୟବହାର କରିଥିଲେ ଯାହା ସାଧାରଣତଃ ଜଣେ ଶିକ୍ଷକ କିମ୍ବା ମାଲିକଙ୍କ ଦ୍ୱାରା ଜଣେ ଛାତ୍ର କିମ୍ବା କର୍ମଚାରୀଙ୍କ ଆଚରଣକୁ ସୁଧାରିବା ପାଇଁ ବ୍ୟବହୃତ ହୁଏ ।

    ମାର୍କୋ ରୁବିଓଙ୍କୁ ଚୀନର  ପ୍ରବଳ ବିରୋଧୀ ବୋଲି ବିବେଚନା କରାଯାଏ। ସାଂସଦ ଥିବା ବେଳେ ସେ ଅନେକ ଥର ଚୀନ ବିରୋଧରେ ବୟାନ ଦେଇଥିଲେ। ସେ ଚୀନର ମାନବାଧିକାର ରେକର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୦ରେ ଚୀନ ସରକାର ତାଙ୍କ ଉପରେ ଦୁଇଥର ପ୍ରତିବନ୍ଧକ ଲଗାଇଥିଲେ।
    ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ଏହି ଶବ୍ଦକୁ ଉଲ୍ଲେଖ କରିବାରୁ ଆମେରିକା ଦୂରେଇ ରହିଛି। ରୁବିଓ ନିଜ ଚୀନ ପ୍ରତିପକ୍ଷ ୱାଙ୍ଗଙ୍କୁ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଚୀନ୍ ସହ ସମ୍ପର୍କରେ ଆମେରିକାର ସ୍ୱାର୍ଥକୁ ଆଗକୁ ବଢ଼ାଇବ। ସେ ତାଇଓ୍ଵାନ ଓ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଜବରଦସ୍ତ କାର୍ଯ୍ୟକଳାପକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ