Saturday, October 10, 2026
23.6 C
Odisha

    ଟସ୍ ଜିତିଲା ଟିମ୍ ଇଣ୍ଡିଆ: ବୋଲିଂ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଚେନ୍ନାଇ: ଚେନ୍ନାଇର ଏମ୍‌ ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଦେଶ ମଧ୍ୟରେ ଖେଳାଯାଉଥିବା ଟି-୨୦ ପାଞ୍ଚଟିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛି।  ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ଇଂଲଣ୍ଡ ଦଳ ବ୍ୟାଟିଂ  ଆରମ୍ଭ କରିଛି।

    ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ  ସଞ୍ଜୁ ସାମସନ୍ (ଡବ୍ଲୁ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି, ୱାଶିଂଟନ୍ ସୁନ୍ଦର, ଧ୍ରୁବ ଜୁରେଲ, ହର୍ଷିତ ରାଣା ପ୍ରମୁଖ ଅଛନ୍ତି।

    ସେହିପରି ଇଂଲଣ୍ଡ ସ୍କ୍ବାଡ୍‌ରେ  ଫିଲିପ୍ ସଲ୍ଟ (ଡବ୍ଲୁ), ଜୋସ୍ ବଟଲର୍ (ଅଧିନାୟକ), ବେନ୍ ଡକେଟ୍, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଯାକବ ବେଥେଲ, ଜାମି ଓଭରଟନ୍, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍, ସାକିବ ମହମୁଦ, ଗୁସ୍ ଆଟକିନ୍ସନ୍, ଜାମି ସ୍ମିଥ୍, ରେହାନ୍ ଅହମ୍ମଦ ପ୍ରମୁଖ ଅଛନ୍ତି।ଏହି ଦ୍ରୁତ ବୋଲର ଜୁଲାଇ ୨୦୨୨ରେ ଡେବ୍ୟୁ କରିଥିଲେ। କିନ୍ତୁ ତାଙ୍କର ଉତ୍କୃଷ୍ଟ ବୋଲିଂ ହେତୁ ସେ କିଛି ବର୍ଷ ମଧ୍ୟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବୋଲର ହୋଇପାରିଛନ୍ତି। ଚେନ୍ନାଇରେ ପାକିସ୍ତାନର ଦ୍ରୁତ ବୋଲର ହାରିସ ରାଉଫଙ୍କୁ ମଧ୍ୟ ପଛରେ ପକାଇବାର ସୁଯୋଗ ତାଙ୍କ ପାଇଁରହିଛି। ‌ସେଥିପାଇଁ ତାଙ୍କୁ ତିନୋଟି ୱିକେଟ୍ ଆବଶ୍ୟକ ହେବ। କୋଲକାତାରେ ଇଂଲଣ୍ଡ ବିପକ୍ଷ ଚାରି ଓଭରରେ ଅର୍ଶଦୀପ  ୧୭ ରନ୍‌ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ତାଙ୍କ ପ୍ରଦର୍ଶନ ଆଧାରରେ ସେ କ୍ରିକେଟର ସବୁଠାରୁ କମ୍ ଫର୍ମାଟରେ ଭାରତରୁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ