Sunday, January 12, 2025
26.5 C
Odisha

    ଚୁଟକୀ ଦୂର ହୋଇଯିବ ଟେନ୍ସନ ମାନନ୍ତୁ ଏହି ୭ଟି କଥା

    ଆଗକୁ ପଢନ୍ତୁ

    ମଣିଷ ମାନସିକ ସ୍ତରରେ ଶାନ୍ତ ରହିବା ଓ ନିଜକୁ ଭିତରୁ ଖୁସି ରଖିବାର ପ୍ରଭାବ ଆପଣଙ୍କ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ଉପରେ ପଡିଥାଏ। ଆସନ୍ତୁ ଜାଣିବା ମାନସିକ ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ କେଉଁସବୁ କଥାକୁ ଧ୍ୟାନ ଦେବା ଜରୁରୀ –

    ମାଇଣ୍ଡ ମ୍ୟାନେଜମେଣ୍ଟ –
    ମାନସିକ ସ୍ୱାସ୍ଥ୍ୟକୁ ନେଇ ଅଧିକ ଆଲୋଚନା ହୋଇ ନଥାଏ, ଜୀବନର ସୁଖ-ଦୁଃଖ ମଧ୍ୟରେ ମାନସିକ ଚାପ ବଢି ଯାଇଥାଏ। ଯଦି ଆପଣ ଧ୍ୟାନ ଦେବେ ତେବେ ମେଣ୍ଟାଲ ହେଲଥର ସମ୍ପର୍କ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ।

    ମାନସିକ ଉତେଜନା –
    ଉଚ୍ଚ ରକ୍ତଚାପ, ମୋଟାପା ଭଳି ଅନ୍ୟ ରୋଗରେ ମଧ୍ୟ ମେଣ୍ଟାଲ ହେଲଥ ଉପରେ ପ୍ରଭାବ ପଡିଥାଏ। ମାନସିକ ଉତେଜନା କାରଣରୁ ବ୍ୟକ୍ତି ଅନିଦ୍ରାର ଶିକାର ହୋଇଥାଏ,ଯାହାକି ମେଣ୍ଟାଲ ହେଲଥର ଗୋଟିଏ ବଡ଼ କାରଣ ଅଟେ।

    ଭଲ ମେଣ୍ଟାଲ ହେଲଥ ପାଇଁ –
    ଭଲ ମାନସିକ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ନିଜର ମାନସିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ ଏବଂ ବିଶେଷ ଭାବରେ ସେଥିରେ ଆପଣଙ୍କ ଦିନ ଚର୍ଯ୍ୟାର ଗୋଟିଏ ବହୁତ ବଡ଼ ଯୋଗଦାନ ରହିଛି।

    ପର୍ଯ୍ୟାପ୍ତ ନିଦ୍ରା –
    ନିଦ୍ରା ଯଦି ପୁରା ହୋଇ ନଥାଏ, ଏହାର ପ୍ରଭାବପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ, ନିୟମିତ ୮ରୁ ୯ ଘଣ୍ଟା ନିହାତି ଶୋଇବା ଜରୁରୀ। ଶୋଇବାର ୩୦ ମିନିଟ ପୂର୍ବରୁ ମୋବାଇଲ, ଲାପଟପ ଓ ଇଲେକ୍ଟ୍ରୋନିକ୍ସ ଡିଭାଇସ ଠାରୁ ଦୁରେଇ ରୁହନ୍ତୁ।

    ମନୋରଞ୍ଜନ –
    ନିଜକୁ ନିଜେ ଖୁସି ରଖିବା ଆଜିକାଲି ଗୋଟିଏ ବଡ଼ କଳା,ଯାହାକି ନିହାତି କରିବା ଜରୁରୀ। ଯେପରିକି ଫିଲ୍ମ ଦେଖିବା, ନିଜ ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବା, ପୋଷା ଜୀବଜନ୍ତୁଙ୍କ ସହିତ ସମୟ ଅତିବାହିତ କରିବା, ସଂଗୀତ ଶୁଣିବା ଓ ସ୍ପୋର୍ଟ୍ସ ରେ ରୁଚି ରଖିଲେ ଆମେ ନିଜକୁ ଖୁସି ରଖିବାରେ ସକ୍ଷମ ହୋଇପାରିବା।

    ନିଜକୁ ସମୟ ଦେବା –
    ନିଜ ପାଇଁ ନିହାତି ସମୟ ବାହାର କରନ୍ତୁ। ଲୋକଙ୍କ ସହିତ ନରମ ଭାବରେ କଥା ହୁଅନ୍ତୁ ଏବଂ ନିଜ କଥାବାର୍ତାରେ ଥଟା ମଜାକୁ ଗୁରୁତ୍ୱ ଦିଅନ୍ତୁ। ଯିଏ ତମ ଥଟା ମଜାକୁ ସହି ପାରିବ ସେଭଳି ବ୍ୟକ୍ତି ସହିତ ମିଶନ୍ତୁ।

    ମେଡ଼ିଟେସନ –
    ମେଡ଼ିଟେସନ ଦ୍ୱାରା ନିଜ ଦିନର ଆରମ୍ଭ କରନ୍ତୁ। ଗୋଟିଏ ଦିନରେ ୧୦ରୁ୧୫ ମିନିଟ ନିହାତି ଶାନ୍ତ ହୋଇ ବସି ଅତିବାହିତ କରନ୍ତୁ। ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ନିକଟରୁ ଦୁରେଇ ରହିବେ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.5 ° C
    26.5 °
    26.5 °
    32 %
    1.6kmh
    24 %
    Sun
    28 °
    Mon
    29 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ