Saturday, February 21, 2026
30.7 C
Odisha

    ଚୂଡ଼ାମଣି ଘାଟରେ ସମୁଦ୍ରରେ ଫସିଲା ବୋଟ୍‌; ୮୦ରୁ ଉର୍ଦ୍ଧ୍ୱ ଯାତ୍ର ଉଦ୍ଧାର

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଚୂଡ଼ାମଣୀ ଘାଟ ସମୁଦ୍ର ମଝିରେ ବୋଟ୍ ଫସିଯିବାରୁ ୮୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବିପଦରେ ପଡ଼ିଯାଇଥିଲେ । ଆଜି ସାଗରସାଥୀ ପକ୍ଷରୁ ଚୂଡ଼ାମଣିରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଥିଲା । ସାଧବପୁଅ ଜଳଯାତ୍ରା ସମୟରେ ଜୁଆର ଛାଡ଼ିଯିବାରୁ ମା\’ମନୀଷା ନାମକ ବୋଟ୍ ସମୁଦ୍ର ମଝିରେ ଫସି ଯାଇଥିଲା । ଛୋଟ ଡଙ୍ଗାରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ପାଣିରେ ପଶି କୂଳକୁ ଫେରିଆସିଥିଲେ । ବୋଇତ ବନ୍ଦାଣ ଉତ୍ସବ ପାଳନ ଅବସରରେ ଚୂଡାମଣୀ ଘାଟରେ ୧୦/୧୫ଟି ବୋଟ ସ୍ଥାନୀୟ ଲୋକଙ୍କୁ ଧରି ସମୁଦ୍ର ମୁହାଣକୁ ବୁଲାଇବାକୁ ନେଇ ଥିଲେ । ସମସ୍ତେ ଖୁସି ମନାଇ ଫେରିଥିବା ବେଳେ ନିରାକାର ମାଝୀଙ୍କ ମା\’ମନୀଷା ବୋଟରେ ୮୦ରୁ ଊର୍ଦ୍ଧ୍ୱ ଲୋକ ଫେରିପାରିନଥିଲେ । ଫେରିବା ବାଟରେ ଜୁଆର ଛାଡ଼ି ଯିବାରୁ ବୋଟ ଫସି ଯାଇଥିଲା । ତେବେ ଛୋଟ ଡଙ୍ଗାରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ପାଣିରେ ପଶି କୂଳକୁ ସୁରକ୍ଷିତ ଭାବେ ଫେରିଆସିଥିଲେ । କିନ୍ତୁ ନିରାକାର ମାଝୀଙ୍କ ପରିବାର ବୋଟରେ ଅଟକି ରହିଯାଇଥିଲେ । ସେମାନେ ରାତିରେ ଜୁଆର ଆସିଲେ ବୋଟ ସହିତ ଫେରିବେ ବୋଲି ଅପେକ୍ଷା କରିଥିଲେ । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ସେମାନେ ଫେରିନଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    19 %
    0.8kmh
    0 %
    Sat
    35 °
    Sun
    35 °
    Mon
    35 °
    Tue
    34 °
    Wed
    34 °

    ସମ୍ବନ୍ଧିତ