Sunday, August 23, 2026
24.2 C
Odisha

    ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ  ।  ମୃତ ଛାତ୍ରୀ ସ୍ମୃତିଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ ଜେନାଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି ।  ବିଏନଏସ ୧୦୮ ଧାରାରେ ଆତ୍ମହତ୍ୟା ନିମନ୍ତେ ଉସୁକାଇବାକୁ ନେଇ ମାମଲା ରୁଜୁ ହୋଇଛି ।  ସୂଚନା ଅନୁଯାୟୀ, ବିଶ୍ବଜିତ ଦୀର୍ଘ ୪ ବର୍ଷ ହେଲା ଛାତ୍ରୀ ଜଣଙ୍କୁ ଭଲ ପାଉଥିଲେ ।  ବିଶ୍ବଜିତ ମଧ୍ୟ ସେହି କଲେଜରେ ବିସିଏ ଶେଷ ବର୍ଷରେ ପାଠ ପଢୁଥିଲେ । ଏହି ମାମଲାରେ ସ୍ମୃତିଙ୍କ ଲାପଟପ୍, ମୋବାଇଲ ଫୋନ, ହଷ୍ଟେଲ ସିସିଟିଭି କ୍ୟାମେରାର ଫୁଟେଜକୁ ଜବତ କରିଛି ପୋଲିସ ।  ସ୍ମୃତିଙ୍କ ମାମୁଙ୍କ ଅଭିଯୋଗ କ୍ରମେ ହୋଇଛି ମାମଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    96 %
    1.2kmh
    100 %
    Sat
    24 °
    Sun
    29 °
    Mon
    29 °
    Tue
    26 °
    Wed
    27 °

    ସମ୍ବନ୍ଧିତ