Monday, July 28, 2025
27.9 C
Odisha

    ଜଗତସିଂହପୁରରେ ଭୟଙ୍କର ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ବସ୍, ଜଣେ ମୃତ, ୧ ଗୁରୁତର

    ଆଗକୁ ପଢନ୍ତୁ

    ଜଗତସିଂହପୁର : ମହାଦେବଙ୍କ ଦର୍ଶନ ପାଇଁ ପୁରୀରୁ ଆସିଥିଲେ ଗୋରଖନାଥ ପୀଠ । ଶ୍ରାବଣ ତୃତୀୟ ସୋମବାରରେ ଦର୍ଶନ ସାରି ବେଶ ଖୁସିରେ ଘରକୁ ଫେରୁଥିଲେ । ହେଲେ ଅଧା ବାଟରେ ଘଟିଗଲା ବଡ଼ ଅଘଟଣ । କେଉଁଠି ଥିଲା କେଜାଣି ରାସ୍ତା ଉପରେ କାଳ ଭଳି ମାଡ଼ି ଆସିଲା ବସ୍ ଆଉ ଧକ୍କା ଦେଲା ବାଇକକୁ । ଦେଖନ୍ତୁ କିଭଳି ରାସ୍ତାରେ ଛିଟକି ପଡିଛି ବାଇକ୍ । ଏପଟେ ଜମିଛି ଲୋକଙ୍କ ଗହଳି । ଏ ଦୃଶ୍ୟ ଦେଖିଲେ ହିଁ ଆପଣ ଅନୁମାନ କରିପାରୁଥିବେ ଏଠାରେ କେତେ ଭୟଙ୍କର ଦୁର୍ଘଟଣା ଘଟିଥିବ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳସହି ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଘରୋଇ ବସ ଦୁର୍ଘଟଣାରେ ଜଣକ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ପୁରୀ ବାସେଳି ସାହିର ଅମିତ ସାହୁ । ପୁରୀ ବାସେଳୀ ସାହି ଅଞ୍ଚଳର ୪ ଜଣ ସାଙ୍ଗ ଗୋରଖନାଥ ପୀଠରେ ମହାଦେବଙ୍କ ଦର୍ଶନ ସାରି ନିଜ ଘର ଅଭିମୁଖେ ଦୁଇଟି ବାଇକ ଯୋଗେ ଫେରୁଥିଲେ । ଦୁଇ ଜଣ ସାଙ୍ଗ ଆଗରେ ଯାଉଥିବା ସମୟରେ ଅନ୍ୟ ଦୁଇ ଜଣ ଟିକେ ପଛରେ ଆସୁଥିଲେ ।

    ଏହି ସମୟରେ ନାଉଗାଁ ପାଳସାହି ନିକଟରେ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାସେଳୀ ସାହୁ ଗ୍ରାମର ଅମିତ ସାହୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏପଟେ ସାଙ୍ଗକୁ ହରାଇ ବିଚଳିତ ହୋଇପଡିଛନ୍ତି ଅନ୍ୟ ସାଙ୍ଗମାନେ । ପରିବାରକୁ କିପରି ଜଣାଇବେ ଯେ ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ ।

    ଅନ୍ୟପଟେ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମୃତଦେହକୁ ରଖାଯାଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ନାଉଗାଁ ଶିଖର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସର ବେପରୁଆ ଗାଡି ଚାଳନା ପାଇଁ ଆଜି ଘଟିଯାଇଛି ଏତେ ବଡ ଅଘଟଣ । ଯାହା ଯେତେ କ୍ଷତିପୂରଣ ଦେଲେ ବି କେବେ ଭରଣ ହେବନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    79 %
    2.6kmh
    100 %
    Mon
    28 °
    Tue
    28 °
    Wed
    25 °
    Thu
    30 °
    Fri
    31 °

    ସମ୍ବନ୍ଧିତ