Sunday, July 12, 2026
27.3 C
Odisha

    ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବସାଇଟ୍, ଚିନ୍ତାରେ କର୍ତ୍ତୃପକ୍ଷ

    ଆଗକୁ ପଢନ୍ତୁ

    କଟକ : ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା । ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ । BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍ । ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ । ହ୍ୟାକକୁ ନେଇ ଚିନ୍ତାରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

    ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ ।

    ‌ଗତକାଲି ରାତିରୁ ଏହି ସାଇବର ଆଟାକ ସାମ୍ନାକୁ ଆସିଥିବା ବେଳେ ଏବେ ଚିନ୍ତାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଓ ୮ ହଜାର ପାଖାପାଖି ରେଭେନ୍ସାଭିଆନ । କାରଣ ବିଶ୍ଵବିଦ୍ୟାଳୟର ଅନେକ ଗୁରୁତ୍ତ୍ୱପୂର୍ଣ ଏକାଡେମୀକ୍ ତଥ୍ୟ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଏହି ରେଭେନ୍ସାର ଅଫିସିଆଲ୍ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ